Home ଜିଲ୍ଲା କନ୍ଧମାଳ ସମାଜସେବୀଙ୍କ ଦ୍ୱାରା ଗ୍ରାମାଞ୍ଚଳରେ ରନ୍ଧାଖାଦ୍ୟ ବଣ୍ଟନ

ସମାଜସେବୀଙ୍କ ଦ୍ୱାରା ଗ୍ରାମାଞ୍ଚଳରେ ରନ୍ଧାଖାଦ୍ୟ ବଣ୍ଟନ

100

ଵାଲିଗୁଡ଼ା, ୨୩I୦୪ (ସୁକାନ୍ତ କୁମାର ତ୍ରିପାଠୀ) : ପରମପଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କେତକ ମାଓ ପ୍ରବଣ ଅଂଚଳର ଲୋକଙ୍କୁ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସାନିଟାଇଜର କରାଇବା ସହିତ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ ସମାଜସେବୀ ଶ୍ରୀ ବିଶ୍ଵଜୀତ ପାତ୍ର (ଜିତୁ ଭାଇ) ଏହି କାର୍ଯ୍ୟକ୍ରମ ଏପ୍ରିଲ ୨୨ ତାରିଖ ଦିନ ଡୁମୁଡୁମାହା ଠାରୁ ପରମପାଙ୍ଗା ପର୍ଯ୍ୟନ୍ତ ଥିବା ଗ୍ରାମ ଗୁଡିକ ହେଇଥିଲା I ଯଥା ଗୁମୁଡୁମାହା,ବାଲୀମାହା, କାମାରି, ଡୁଙ୍ଗରିକିଆ, ଲେଟେଡିକିଆ, ମାଙ୍ଗାପାଙ୍ଗାର ଗାଁ ଲୋକଙ୍କୁ ଜିତୁ ଭାଇ ଏବଂ ତାଙ୍କ ସହଯୋଗୀ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ ଓ କରୋନା ଭୟରୁ ମୁକ୍ତି ପାଇବା ପାଇଁ ସଚେତନର ବାର୍ତା ଦେଇଥିଲେ I ଜିତୁ ଭାଇ ଓ ତାଙ୍କ ସହଯୋଗୀଙ୍କୁ ଗ୍ରାମର ଲୋକମାନେ ଧନ୍ୟବାଦ ଜଣାଇ ଥିଲେ| ବର୍ତ୍ତମାନ ଲକ ଡାଉନ ସମୟରେ ସମାଜସେବୀ ସାହାସିକତାର ସହିତ ଗାଁ ଗାଁ ବୁଲି ସଚେତନର କାର୍ଯ୍ୟକରି ଥିବାରୁ ଅଂଚଳ ବାସିଙ୍କ ମଧ୍ୟରେ ଆନନ୍ଦର ଲହରୀ ଜାଗି ଉଠିଥିଲା I