Home ଜିଲ୍ଲା କନ୍ଧମାଳ ଶିକ୍ଷକ ମାନଙ୍କ ଦ୍ୱାରା ବହି ବଣ୍ଟନ

ଶିକ୍ଷକ ମାନଙ୍କ ଦ୍ୱାରା ବହି ବଣ୍ଟନ

93

ବାଲିଗୁଡ଼ା,୨୩/୦୪(ସୁକାନ୍ତ କୁମାର ତ୍ରିପାଠୀ) : ଗୁଳିମରା ପଦା ସହିରେ ଆଜି ସକାଳେ ଦେଖିବାକୁ ମିଳିଥିଲା ଶିକ୍ଷକଙ୍କ ଦ୍ୱାରା ଚାଲିଥିଲା ବହି ବଣ୍ଟନ କାର୍ଯ୍ୟକ୍ରମ |ବାଲିଗୁଡା ବ୍ଳକ୍ କଲୋନୀ ବିଦ୍ୟାଳୟର ଶିକ୍ଷକ ଶ୍ରୀ ଆର୍ତ୍ତ ଚନ୍ଦ୍ର ଖଟୁଆ,ଶିକ୍ଷକ ଶ୍ରୀ ଦଣ୍ଡପାଣି ସାହୁ, ଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ଯୋଛ୍ନା ପ୍ରଧାନ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଗୁଳିମରା ସାହି ରେ ଘରକୁ ଘର ଯାଇ ସ୍କୁଲ ପିଲା ମାନଙ୍କୁ ସ୍କୁଲ ବହି ବଣ୍ଟନ କରିଥିଲେ। ତତସଙ୍ଗେ ସଙ୍ଗେ କରୋନା ବିଷୟରେ ପିଲାଙ୍କୁ ସଚେତନ କରିଥିଲେ ଯଥା ହାତ ଧଇବା, ସମାଜିକ ଦୁରତା ରକ୍ଷା କରିବା, ମାସ୍କ ବ୍ୟବହାର କରିବା ଏବଂ ଘରେ ରହି ପାଠ ପଡ଼ିବା ପାଇଁ ପରାମର୍ଶ ଦେଇଥିଲେ।ସରକାରଙ୍କ ନିର୍ଦଶ କ୍ରମେ ବହି ବଣ୍ଟନ କାର୍ଯ୍ୟକ୍ରମ କରାଯାଇ ଥିଲା |