Thursday, November 12, 2026
Home ଆଞ୍ଚଳିକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବହି ବଣ୍ଟନ

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବହି ବଣ୍ଟନ

56

ବାଲିଗୁଡ଼ା ୨୨/୪ (ଜିଲ୍ଲା ଖବର) : କୁର୍ତ୍ତମଗଡ ଗ୍ରାମରେ ଆଜି ସକାଳେ ଦେଖିବାକୁ ମିଳିଥିଲା ଯେ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ବହି ବଣ୍ଟନ କାର୍ଯ୍ୟକ୍ରମ ଚାଲିଥିଲା |ଜଣାଯାଇଛି ଜେ ପ୍ରଧାନଶିଖ୍ୟକ ଶ୍ରୀ ଦମ୍ବରୁ ଧର ସାହୁ ଏବଂ ତାଙ୍କର ସହ କାରି ଶିକ୍ଷକ ଏବଂ ଉପସ୍ଥିତ ସମାଜ ସେବୀ ଶ୍ରୀ ଲିଙ୍ଗରାଜ ପ୍ରଧାନ ଙ୍କ ସହାୟତା ରେ ଘରକୁ ଘର ଯାଇ ସ୍କୁଲ ପିଲା ମାନଙ୍କୁ ସ୍କୁଲ ବହି ବଣ୍ଟନ କରିଥିଲେ। ତତସଙ୍ଗେ ସଙ୍ଗେ ପିଲାମାନଙ୍କ ଭବିଷ୍ୟତ ଉଜ୍ୱଳ ପାଇଁ ଏବଂ ସେମାନଙ୍କ ପଢ଼ାରେ ବ୍ୟାଘାତ ନ ହେବା ପାଇଁ ସରକାର ଙ୍କ ଆଦେଶ ମୁତାବକ ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ କରିଥିଲେ | ତାତ୍ସଙ୍ଗସଙ୍ଗ କରୋନା ବିଷୟରେ ପିଲାଙ୍କୁ ଏବଂ ପରିବାର ର ସମସ୍ତଙ୍କୁ ସଚେତନ କରିଥିଲେ ଯଥା ହାତ ଧଇବା, ସମାଜିକ ଦୁରତା ରକ୍ଷା କରିବା, ମାସ୍କ ବ୍ୟବହାର କରିବା ଏବଂ ଘରେ ରହି ପାଠ ପଡ଼ିବା ପାଇଁ ପରାମର୍ଶ ଦେଇଥିଲେ।ପିଲାମାନ ପାଠ୍ୟ ପୁସ୍ତକ ପାଇ ଆନନଦୀତ ହୋଇ ଥିଲେ ଏବଂ ସେମାନଙ୍କର ଖୁସି ର ବାତାବରଣ ସୃଷ୍ଟି ହୋଇ ଥିଲା |ପିଲାଙ୍କର ଅଭିଭାବକ ମାନେ ରାଜ୍ୟ ସରକାର ଙ୍କୁ ବିଶେଷ ଧନ୍ୟବାଦ ଦେଇ ବହି ବଣ୍ଟନ କରିଥିବା ଶିକ୍ଷକ ଏବଂ ସମାଜ ସେବି ଙ୍କୁ ମଧ୍ୟ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ|ଏହି ପୁସ୍ତକ ବଣ୍ଟନ ଚାଲିଥିବା କର୍ଯ୍ୟକ୍ରମ ଦେଖି ଗ୍ରାମ ବାସି ବିଶେଷ ଖୁସି ହୋଇଥିଲେ ଏବଂ ସରକାର ଙ୍କୁ ଧନ୍ୟବାଦ ଅର୍ପଣ କରି ଥିଲେ ।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ