Home ଆଞ୍ଚଳିକ ବ୍ରଜଘାତରେ ଏକ ମୃତ ୩ଗୁରୁତର

ବ୍ରଜଘାତରେ ଏକ ମୃତ ୩ଗୁରୁତର

42

ବିଷମକଟକ ୨୨/୪(ଜିଲ୍ଲା ଖବର) : ବଜ୍ରଘାତ ରେ ଜଣେ ମୃତ୍ୟୁ ତିନି ଗୁରୁତର , ଏଭଳି ଏକ ଅଭାବନିଆ ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଥୁଆପାଡି ପଞ୍ଚାୟତର
ବାଲିପଦର ଗ୍ରାମରେ ।ସେହି ଗ୍ରାମର ୬ ଜଣ ବିଲରୁ କାମ ସାରି ତାଙ୍କ ଘରକୁ ଫରିବା ସମୟରେ ପ୍ରବଳ ବର୍ଷା ପବନ ଘଡଘଡି ହେବାରୁ ଏକ ତେନ୍ତୁଳି ଗଛ ରେ ଆଶ୍ରୟ ନେଇଥିଲେ ସେଇସମୟରେ ବଜ୍ରଘାତ ସଂସ୍ପରରେ ଆସିଥିଲେ , ୬ଜଣକ ମଧ୍ୟରୁ 4 ଜଣ ଗୁରୁତର ହୋଇପଡିଥିଲେ , ସେମାନକୁ ଗୁରୁତର ଅବସ୍ଥାରେ ୧୦୮ ଅମୁଲେନ୍ସ ଯୋଗେ ବିଷମ କଟକ ଗୋଷ୍ଟି ସ୍ୱସ୍ଥ୍ୟକେନ୍ଦ୍ର କୁ ଅଣାଯାଇଥିକା ସେଠାରେ ଡାକ୍ଟର ଜଣକ ର ମୃତ୍ୟୁ ଘୋଷଣା କରିଥିଲେ ମୃତ୍ୟୁ ବ୍ୟକ୍ତି ଜଣକ ହେଉଛନ୍ତି ଧାନମାଳିମ କୁମ୍ବୁରୁକା ତାଙ୍କ ବୟସ ୫୬ । ଅନ୍ୟ ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିବା ବିଷମକଟକ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ରିପୋର୍ଟ ସନାତନ ନାୟକ