
ବ୍ରହ୍ମପୁର ୨୨/୪ (ଜିଲ୍ଲା ଖବର) : ଭାବାନଗର ଅଙ୍ଗନୱାଡୀ କର୍ମୀ ଶ୍ରୀମତୀ ଦିପ୍ତୀଲେଖା ମିଶ୍ର ତାଙ୍କ ଅଞ୍ଚଳରେ ଥିବା ବାସିନ୍ଦାଙ୍କୁ ସମସ୍ତ ସୂଚନା ଦେବା ପାଇଁ ଏକ ଅଭିନବ ପ୍ରୟାସ କରିଛନ୍ତି ।ହ୍ବାଟ୍ସଆପ ଥିବା ଯୋଗାଯୋଗ ନଂ ମାଗିବା ସହ କୋରନା ପାଇଁ ସଚେତନତା କରୁଛନ୍ତି ।ଆଉ ଲୋକଙ୍କୁ ନିର୍ଭୟ ଦେବା ସହ ଘରେ ରହିବା ପାଇଁ ବାରମ୍ବାର ଅନୁରୋଧ କରୁଛନ୍ତି ।ଅଙ୍ଗନୱାଡୀ କେନ୍ଦ୍ରର ସମସ୍ତ ସୂଚନା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଭାବାନଗର ଅଙ୍ଗନୱାଡୀ କେନ୍ଦ୍ର ନାମରେ ଏକ ଗ୍ରୄପ୍ ଗଠନ କରିଛନ୍ତି ।ଟୀକାକରଣ,ଓଜନ,ଖାଦ୍ୟ ବଣ୍ଟନ ସହ ସବୂ ପ୍ରକାର ସଚେତନତା ବାର୍ତ୍ତା ପହଞ୍ଚାଈବା ପାଇଁ ଏହି ପ୍ରୟାସ ଲୋକମାନଙ୍କୁ ବହୁତ ଆକୄଷ୍ଟ କରିଛି ।ଏତଦ୍ ଦ୍ବାରା ଲୋକମାନେ ନିଜ ଅଙ୍ଗନୱାଡୀ କେନ୍ଦ୍ରର ସବୁ ସୂଚନା ପାଇପାରିବେ ।ଏହି ଅଙ୍ଗନୱାଡୀ ର କୌଣସି ସମସ୍ୟା ସମାଧାନ ନିମନ୍ତେ ଦିଦି ଅଞ୍ଚଳ ବାସୀନ୍ଦାଙ୍କୁ ସାହାଯ୍ଯ ଦେବାପାଇଁ କହିଛନ୍ତି ଏବଂ ଲୋକମାନେ ବି ଦିଦିଙ୍କୁ ଭରସା କରନ୍ତି ବୋଲି ଜଣାପଡୁଛି ।ଫଳରେ ପ୍ରି ସ୍କୁଲ୍ ପାଠପଢ଼ା ସହଜ ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।
ସୂଚନା :
ଅଙ୍ଗନୱାଡୀ କର୍ମୀ-
ଶ୍ରୀମତୀ ଦିପ୍ତୀଲେଖା ମିଶ୍ର
ସହାୟିକା କର୍ମୀ-
ଶ୍ରୀମତୀ ଉର୍ମିଳା ପଣ୍ତା
୧.ଅଙ୍ଗନୱାଡୀ ସମୟ-ସକାଳ ଘ୯.୦୦ରୁ ଅପରାହ୍ନ ଘ୧.୦୦ ଖୋଲା ରହେ ।
୨.ଏଠାରେ ମୁଖ୍ୟତଃ ୩ବର୍ଷରୁ ୬ବର୍ଷ ଶିଶୁଙ୍କୁ ଗୀତ,ନାଚ,ବିଭିନ୍ନ ଖେଳ,ଗଳ୍ପ ମାଧ୍ୟମରେ ପାଠ ପଢାଯାଏ।
୩.ପୁଷ୍ଟିକର ଖାଦ୍ୟ ଦେବା ସହ ଉତ୍ତମ ବ୍ୟବହାର ଶିଖାଯାଏ ।
୪.ଗର୍ଭବତୀ ଓ ପ୍ରସୂତୀ ମାଆମାନଙ୍କୁ ମାସକୁ ୧୨ଟି ଅଣ୍ତା ଅର୍ଥାତ ସପ୍ତାହକୁ ୩ଟି ହିସାବରେ ମାଆ ଶିଶୁ ସୁସ୍ଥ ରହିବା ପାଇଁ ଦିଆଯାଏ ।ପ୍ରତ୍ଯେକ ମାସ ୧ତାରିଖରେ ବାଦାମ ଲଡୂ ଓ ଛତୁଆ ଦିଆଯାଏ ॥
୫. ୭ମାସରୁ ୩ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ହାଲୂଆ ସହ ଛତୁଆ ଏବଂ ୧୨ ଟି ଅଣ୍ତା ଦିଆଯାଏ ।
୬.୬ମାସର ଶିଶୁଙ୍କୁ ଅନ୍ନପ୍ରାଶନ୍ନ ସଂସ୍କାର କରି ଖୁସି ମନାଇବାକୁ ହୁଏ ।
୭.ସଂପୁର୍ଣ୍ଣ ଟୀକାକରଣ ପାଇଁ ପ୍ରଚେଷ୍ଟା କରାଯାଏ ଏବଂ ଉଚ୍ଚତା,ଓଜନ ମାସର ପ୍ରଥମ ମଙ୍ଗଳବାର ଦିନ ମମତା ଦିବସରେ କରାଯାଏ ।
୮.ଗୄହ ପରିଦର୍ଶନ କରି ସମସ୍ତଙ୍କର ସୁବିଧା ଅସୁବିଧା ବିଷୟରେ ପରାମର୍ଶ ଦିଆଯାଏ ।
୯.କିଶୋରୀ ବାଳିକାମାନଙ୍କୁ (୯ ବର୍ଷରୁ ୧୯ ବର୍ଷର ଝିଅଙ୍କୁ) ଲୌହସାର ବଟିକା ଦିଆଯାଏ ।
୧୦.ବର୍ତ୍ତମାନ କରୋନା ପାଇଁ ସତର୍କ ରହିବା… ସଚେତନତା କରିବା ..ମୂଳ ଲକ୍ଷ୍ଯ ।
ରିପୋର୍ଟ ରତ୍ନାକର ଶିଅ


