Thursday, November 12, 2026
Home ଆଞ୍ଚଳିକ ଚିନ୍ତିତ ହୋଇ ପଡିଛନ୍ତି ରାଳବ ଗ୍ରାମର ପାନ ଚାଷୀ

ଚିନ୍ତିତ ହୋଇ ପଡିଛନ୍ତି ରାଳବ ଗ୍ରାମର ପାନ ଚାଷୀ

155

ହିଞ୍ଜିଳିକାଟୁ ୨୨/୪ (ଜିଲ୍ଲା ଖବର) : ଭାରତ ସରକାର କରୋନା ଆତଙ୍କକୁ ଦୃଷ୍ଟିରେ ରଖି ମେ ୩ ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା କରିସାରିଛନ୍ତି Iଓଡିଶା ରେ କରୋନା ପଜିଟିଭ ସମଗ୍ର ଓଡିଶା ବାସୀଙ୍କୁ ଭୟର ବାତାବରଣ ଖେଳାଇଦେଇଛି Iଏ ନେଇ ଗଂଜାମ ଜିଲ୍ଲା ପ୍ରଶାସନ ସାଧାରଣ ଜନତାଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିସାରିଛନ୍ତି Iଲକ ଡାଉନ ରେ ସମସ୍ତ ଯାନବାହାନ ବନ୍ଦ ହେତୁ ପାନ ଚାଷୀ ମାନେ ନିଜ ପାନ ପତ୍ରକୁ ରାଜ୍ୟ ତଥା ରାଜ୍ୟ ବାହାରକୁ ପଠାଇ ପାରୁନାହାନ୍ତି Iଏହାଦ୍ୱାରା ଚାଷୀକୁଳ ସେମାନଙ୍କ ପରିବାରବର୍ଗଙ୍କୁ ନେଇ ହନ୍ତ ସନ୍ତ ହେଉଥିବାର କହିଛନ୍ତି Iଠିକ ଏତିକି ବେଳେ ଓଡିଶା ସରକାରଙ୍କ ପାନ ଖାଇ ରାସ୍ତା ରେ ଛେପ ପକାଇଲେ ୫୦୦ ଟଙ୍କା ଜୋରିମାନା ଘୋଷଣା କରିଛନ୍ତି ଏବଂ ଏହାକୁ ପାନ ଚାଷୀକୁଳ ସ୍ୱାଗତ ଜଣାଇଛନ୍ତି I କିନ୍ତୁ ଏସବୁ ନେଇ ଏବେ ବଡ ପ୍ରଶ୍ନ ବାଚୀ ଉଠୁଛି ଯେ ଓଡିଶା ସରକାରଙ୍କ
ଏହି ନିଷ୍ପତି ଦ୍ୱାରା ପାନ ର ଚାହିଦା କମିବାରେ ଲାଗିଛି I ରାଳବ ପାନ ଚାଷୀଙ୍କ କହିବାନୁସାରେ ସେମାନେ ବ୍ୟାଙ୍କରୁ ଲକ୍ଷ ଲକ୍ଷ ଟଙ୍କା ଋଣ ଆଣି ପାନ ଚାଷ ରେ ଲଗାଇଥିଲେ ଋଣ କିପରି ସୁଝିବେ ଏହି ଚିନ୍ତାରେ ଅଛନ୍ତି ରାଳବ ଗ୍ରାମର ପାନ ଚାଷୀକୁଳ I ପାନ ଚାଷୀ ମାନଙ୍କୁ ଜିଲ୍ଲା ପ୍ରଶାସନ କିଛି ସୁବିଧାର ବନ୍ଦୋବସ୍ତ କଲେ ପାନ ଚାଷୀ ମାନଙ୍କ ସମସ୍ୟା ହଟି ପାରନ୍ତା ବୋଲି ସେମାନେ କହିଛନ୍ତି ।

ରିପୋର୍ଟ ପ୍ରଶାନ୍ତ କୁମାର ରଣା ।