Thursday, November 12, 2026
Home ଆଞ୍ଚଳିକ ପୋଲସରା ବନ ବିଭାଗ ର ବିଭିନ୍ନ ସ୍ଥାନରେ ଚଢ଼ାଉ ୩୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ଜରିମାନା

ପୋଲସରା ବନ ବିଭାଗ ର ବିଭିନ୍ନ ସ୍ଥାନରେ ଚଢ଼ାଉ ୩୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ଜରିମାନା

14

ପୋଲସରା ୨୨/୪ (ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ପୋଲସରା ବନବିଭାଗ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଜରିମାନା ଆଦାୟ କରିଛି। ସୂଚନା ଅନୁଯାୟୀ ଶାସନ ଗ୍ରାମରୁ ଆସୁଥିବା ପୋଲସରାକୁ ଲକ୍ଷାଧିକ ଟଙ୍କା ର କାଠ କୁ ଜବତ କରିବା ପରେ ନୃସିଂହ ପଲ୍ଲୀ ଛକ ନିକଟରେ ବାଉଁଶ ଓ ଜଳଣି କାଠ କୁ ଜବତ କରି ବେଲ ଗାଁ ଛକ ନିକଟରେ ରହିଥିବା ଅର୍ଧ୍ୱନିର୍ମିତ ଘରେ ବେଆଇନ ଭାବେ ଗଛିତ ରଖିଥିବା ସାଳ କାଠ, ସାଇଜ ର ଜାଳଣି କାଠ ଓ ସେଣ୍ଟ୍ରିଙ୍ଗ ଵଲା କୁ ଜବତ କରି ଗୋଟିଏ ଦିନରେ ୩୦ ହଜାର ଟଙ୍କା ରୁ ଉର୍ଦ୍ଧ୍ବ ଟଙ୍କା ଜରିମାନା ଆଦାୟ କରିଛନ୍ତି।।ଜବତ ସମୟରେ ପୋଲସରା ବନ ବିଭାଗ ଅଧିକାରୀ ସଚିନ କୁମାର ପ୍ରଧାନ, ହରପ୍ରସାଦ ସାହୁ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ରିପୋର୍ଟ କୁମୁଦ ଚନ୍ଦ୍ର ବେହେରା