Thursday, November 12, 2026
Home ଆଞ୍ଚଳିକ ଯୁବ ସମାଜସେବୀଙ୍କ ମାସ୍କ ବଣ୍ଟନ

ଯୁବ ସମାଜସେବୀଙ୍କ ମାସ୍କ ବଣ୍ଟନ

48

ଆସିକା ୨୨/୪ (ଜିଲ୍ଲା ଖବର) : ଆସିକାବ୍ଳକ ଅନ୍ତର୍ଗତ ଖାରିଆ ଗ୍ରାମପଞ୍ଚାୟତର ଯୁବ ସମାଜସେବୀ ଶ୍ରୀ ଆଶିଷ କୁମାର ଜେନାଙ୍କ ଉଦ୍ୟମରେ କରୋନା ମୁକାବିଲା ନିମନ୍ତେ ମାସ୍କ ବଣ୍ଟନ।ଅସହାୟ ଓ ଗରୀବ ଶ୍ରେଣୀର ଲୋକଙ୍କୁ ମାସ୍କ ବଣ୍ଟନ କରି ମହାନତାର ପରିଚୟ ପ୍ରଦାନ କରିଛନ୍ତି ଆଶିଷ। କୋଭିଡ ନାଇଣ୍ଟିନର ମୁକାବିଲା ନିମନ୍ତେ ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଥିବା ବେଳେ ସ୍ଥାନୀୟ ଜନସାଧାରଣଙ୍କ ନିମନ୍ତେ ଆଶିଷଙ୍କ ଏହିଭଳି କାର୍ଯ୍ୟ ନିହାତି ପ୍ରଶଂସା ଯୋଗ୍ୟ କାର୍ଯ୍ୟ। ଉକ୍ତ କାର୍ଯ୍ୟକ୍ରମ ସାମାଜିକ ଦୂରତ୍ବ ରକ୍ଷା କରିବା ସହ ଗ୍ରାମର ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ସରପଞ୍ଚ ଶ୍ରୀ ଅରବିନ୍ଦ ଲେଙ୍କା ଉପସ୍ଥିତ ରହି ଉତ୍ସାହିତ କରିଥିଲେ। ଯୁବ ବିଜୁବାହୀନି ସଂପାଦକ ଶ୍ରୀ ସନ୍ୟାସୀ ଜେନା, ଦୀପକ ଜେନା ସମେତ ଗ୍ରାମର କିଛି ସ୍ବେଛାସେବୀ ସହଯୋଗ କରିଥିଲେ।
ରିପୋର୍ଟ ରତ୍ନାକର ଶିଅ