Home ଜିଲ୍ଲା କନ୍ଧମାଳ କନ୍ଧମାଳ ଜିଲ୍ଲାରେ ଝଡ ତୋଫାନ ସଙ୍ଗେ ବର୍ଷା

କନ୍ଧମାଳ ଜିଲ୍ଲାରେ ଝଡ ତୋଫାନ ସଙ୍ଗେ ବର୍ଷା

89

ବାଲିଗୁଡ଼ା, ୨୨/୦୪ (ସୁକାନ୍ତ କୁମାର ତ୍ରିପାଠୀ) : କରୋନା ଯୋଗୁଁ ଲକ୍ ଡାଉନ ଥିବାରୁ ଲୋକେ ଘରୁ ବାହାରକୁ ବାହାରୁ ନାହାଁନ୍ତି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କାଲି ଠାରୁ କାଳ ଵୈଶାଖୀ ତାଣ୍ଡବ ରଚିଛି । ବିଜୁଳି ଘଡ଼ଘଡ଼ି ସହ ପବନ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ସିମନବାଡ଼ି ରେ ଗଛ ଭାଙ୍ଗି ପାଟ୍ଟଖଣ୍ଡା ମନ୍ଦିର ଉପରେ ପଡିଛି | ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି । ସେହିଭଳି କୋଟଗଡ଼, ତୁମୁଡ଼ିବନ୍ଧ,କ.ନୁଆଗାଁ ବ୍ଲକ୍ ରେ ମଧ୍ୟ ବିଭିନ୍ନ ସ୍ଥାନରେ ଗଛ, ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିବା ସହ ଗଛ ପଡ଼ି ଲୋକଙ୍କ ଆଜବେଷ୍ଟସ ଭାଙ୍ଗିଯାଇଥିଵା ଦେଖିବାକୁ ମିଳିଛି| ବାଲିଗୁଡାରେ ମଧ୍ୟ ଏହାର ପ୍ରଭାବ ପଡିଛି | ଗରିବ ଅସହାୟ ଲୋକଙ୍କ ଚାଳ ଛପର ଉଡି ଯାଇଥିବାବେଳେ ରାସ୍ତା ଘାଟ ରେ ବଡ ବଡ ଗଛ ଉପୁଡି ପଡି ରାସ୍ତା ଅବରଧ ହୋଇଛି । ଝଡ ତୋଫାନ ଦ୍ଵାରା କାଲି ସନ୍ଧ୍ୟାରୁ ସମଗ୍ର କନ୍ଧମାଳ ଜିଲାରେ ବିଦ୍ୟୁତ ସରବରାହ ବନ୍ଦ ହୋଇ ଯାଇଥିଲା ।