Home ଜିଲ୍ଲା କନ୍ଧମାଳ କରୋନା ସମୟରେ ସମାଜସେବୀ ଜିତେନ୍ଦ୍ର କୁମାରଙ୍କ ସ୍ୱାଗତ ଜୋଗ୍ୟ ସେବା

କରୋନା ସମୟରେ ସମାଜସେବୀ ଜିତେନ୍ଦ୍ର କୁମାରଙ୍କ ସ୍ୱାଗତ ଜୋଗ୍ୟ ସେବା

89

ବାଲିଗୁଡ଼ା, ୨୨/୦୪ (ସୁକାନ୍ତ କୁମାର ତ୍ରିପାଠୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଲୋକନାଥ ପାଢ଼ୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଦେବ ଷଢଙ୍ଗିଙ୍କ ଉପସ୍ଥିତିରେ ୫୦ରୁ ଉର୍ଦ୍ଧ୍ବ ସଫେଇ କର୍ମଚାରୀଙ୍କୁ (ପୁରୁଷ ଓ ସ୍ତ୍ରୀ )ଙ୍କୁ ଉତ୍ତରାଣ, ମାକ୍ସ, ସାବୁନ,ବିସ୍କୁଟ ଦେଇ ସମ୍ବର୍ଦ୍ଧିତ କରିଛନ୍ତି ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର (ସମାଜ ସେବି)| ବର୍ତମାନ ଲକ ଡାଉନ୍ ପରିସ୍ଥିତି ରେ ସମସ୍ତେ ନିଜେ ନିଜର ଘରେ ରହୁଥିବାବେଳେ ପ୍ରତେକ ସଫାଈ କର୍ମଚାରୀ ନିଜେ ନିଜର ଜୀବନକୁ ବିପଦ ସଂକୁଳ କରି ବାଲିଗୁଡା ର ଗଳି କନ୍ଦି ପ୍ରତେକ ସ୍ଥାନ ରାସ୍ତା ଘାଟ ପରିସ୍କାର ପରିଛନ କରୁଛନ୍ତି । ବର୍ତମାନ ମହାମାରୀ କରୋନା ସହିତ ଯୁଦ୍ଧ କରିବା ପାଇଁ ପ୍ରଥମ ଧାଡ଼ିର ଠିଆ ହଉଛନ୍ତି ଏହି ସଫେଇ କର୍ମଚାରୀମାନେ | ଏଥି ଯୋଗୁ ଏହି କର୍ମଚାରୀ ମାନେ ନିଶ୍ଚୟ ପ୍ରଶଂସାର ପାତ୍ର ଏମାନଙ୍କ ମନ ବଳ ବଢ଼ାଇ କରୋନା ଯୁଦ୍ଧରେ ଜୟ କରିବା ପାଇଁ ସମସ୍ତ ବ୍ୟକ୍ତି ସମବେଦନା ଜଣାଇବା ଉଚିତ |