
ବ୍ରହ୍ମପୁର, ୨୨/୦୪ (ଜ଼ିଲ୍ଲା ଖବର) : ଗଂଜାମ ଜିଲାର ବରିଷ୍ଠ ଶିକ୍ଷକ ନେତା,ଶକ୍ଷା-ଶିକ୍ଷକ-ଶିକ୍ଷାୟତନର ବିକାଶ ପାଇଁ ଅହରହ ସଂଗ୍ରାମ ଜାରି ରଖିଥିବା ବିଶିଷ୍ଟ ସଂଗ୍ରାମୀ ତଥା ଓଷ୍ଟା-ଗଂଜାମର ପୂର୍ବତନ ସଂପାଦକ ଓ ରାଜ୍ୟ ସଂଗଠନର ପୂର୍ବତନ ଉପସଭାପତି ଗୋବିନ୍ଦ ଦାଶଙ୍କ ଗତ ମଙ୍ଗଳବାର ରାତ୍ରି ପ୍ରାୟ ୯ଘ ସମୟରେ ବ୍ରହ୍ମପୁରସ୍ଥିତ ଅଶୋକ ନଗର-୨ ଠାରେ ପରଲୋକ ହୋଇଯାଇଛି । ଭାଟକୁମରଡା ଶ୍ରୀ ନରସିଂହ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ରୂପେ ଶିକ୍ଷକତା ଆରମ୍ଭ କରି ପରବର୍ତ୍ତୀ ସମୟରେ ନିମଖଣ୍ଡି ଶ୍ରୀକୃଷ୍ଣ ଉଚ୍ଚ ବିଦ୍ୟାଳୟ ଓ ଶେଷରେ ବ୍ରହ୍ମପୁରସ୍ଥିତ କେ:ସି:ହାଇସ୍କୁଲର ପ୍ରଧାନ ଶିକ୍ଷକ ରୂପେ ଅବସର ଗ୍ରହଣ କରିଥିଲେ ୨୦୦୦ ମସିହା ରେ।ତାଙ୍କରି ନେତୃତ୍ଵରେ ଅବିଭକ୍ତ ଗଂଜାମ ଜିଲାରେ ଶିକ୍ଷକ ଆନ୍ଦୋଳନ ଶୀର୍ଷ ସ୍ତରରେ ପହଞ୍ଚି ଥିଲା।ଅବସର ପରେ ଗଂଜାମର ଜିଲାରେ ଅବସରପ୍ରାପ୍ତ ଶିକ୍ଷକ ମହାସଂଘର ସଭାପତି ରୂପେ ମୃତ୍ୟୁ ପର୍ୟ୍ୟନ୍ତ ରହିଥିଲେ । ତାଙ୍କର ଦେହାନ୍ତେର ଗଂଜାମର ଶିକ୍ଷାକାଶରୁ ଏକ ଜାଜୁଲ୍ୟମାନ ତାରକା ଅପସରି ଗଲାବୋଲି ଅବସରପ୍ରାପ୍ତ ଶିକ୍ଷକ ମହାସଂଘର ସଂପାଦକ ତଥା ଓଷ୍ଟା-ଗଂଜାମର ପୂର୍ବତନ ସଂପାଦକ ସହକର୍ମୀ କାମରାଜୁ ମହାରଣା ଏକ ଶୋକ ବାର୍ତ୍ତା ରେ ପ୍ରକାଶ କରିଛନ୍ତି । ବିଶେଷକରି ଅଣ ଅନୁଦାନ ପ୍ରାପ୍ତ ଶିକ୍ଷକ ସମାଜ ଯେପରି ଅନୁଦାନ ଭୁକ୍ତ ହେବେ,ସେଥିପାଇଁ ଆନ୍ଦୋଳନର ନେତୃତ୍ଵ ନେବାରେ ତାଙ୍କର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା । ଶିକ୍ଷକ ମହାସଂଘର ପ୍ରତିଷ୍ଠାତା ସଂପାଦକ ସ୍ବର୍ଗତ ଅବନୀ ସରକାରଙ୍କ ସହ ସାମିଲ ହୋଇ ଆନ୍ଦୋଳନକୁ ଆଗେଇ ନେଉଥିଲେ।ସରକାରୀ କର୍ମଚାରୀ ମାନେ କିଭଳି କେନ୍ଦ୍ରୀୟ ହାରରେ ଦରମା ପାଇବେ ସେଥିପାଇଁ ତାଙ୍କରି ନେତୃତ୍ଵରେ ପ୍ରଥମେ ଗଂଜାମ ଜିଲାରୁ ଆନ୍ଦୋଳନ ଆରମ୍ଭ ହୋଇଥିଲା । ତାଙ୍କ ର ପରଲୋକର ତାଙ୍କର ସହପାଠୀ,ସହକର୍ମୀ ନୀଳକଣ୍ଠ ରାଉତ,ଲକ୍ଷ୍ମୀ ନାରାୟଣ ଶତପଥୀ, ପାଣ୍ଡବ ସ୍ବାଇଁ,ଅରୁଣ ପାତ୍ର,କୋରାପୁଟ ମହାରଣା, ମୃତ୍ୟୁଞ୍ଜୟ ତ୍ରିପାଠୀ, ପ୍ରଫୁଲ କୁମାର ସାହୁ,ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଶୋକ ପ୍ରକାଶ କରି ଅମର ଆତ୍ମାର ସଦ୍ ଗତି କାମନା କରିଛନ୍ତି । ତାଙ୍କର ଦ୍ବାଦଶାହ ଅବସରରେ ଏକ ସ୍ମରଣିକା ପ୍ରକାଶ କରାଯିବା ପାଇଁ ପ୍ରସ୍ତାବ ହୋଇଛି । ଯେଉଁ ବନ୍ଧୁ ମାଦ୍ଭନା ସ୍ମୃତି ଚାରଣ କରିବା ପାଇଁ ଇଛୁକ ସେମାନେ କାମରାଜୁ ମହାରଣାଙ୍କ ସହ ଯୋଗାଯୋଗ କରିବା ପାଇଁ ନିବେଦନ କରାଯାଇଛି । ଅନୁରୂପ ଭାବେ ଓଷ୍ଟାର ପୂର୍ବତନ ସଭାପତିବୃନ୍ଦ ପୁରନ୍ଦର ଦାସ,ପଦ୍ମନାଭ ବିଶ୍ବାଳ ଓ ଅଜିତ ଦାଶ ଏବଂପୂର୍ବତନ ସାଧାରଣ ସଂପାଦକ କିଶୋର କୁମାର ପଣ୍ଡା ଓ ରଘୁନାଥ ସାହୁ, ବର୍ତ୍ତମାନର ସଭାପତି ବିନୋଦ ପାଣିଗ୍ରାହୀ ଓ ସାଧାରଣ ସଂପାଦକ ପ୍ରକାଶ ମହାନ୍ତି ଶୋକ ପ୍ରକାଶ କରିଛନ୍ତି ।


