
ବାଲିଗୁଡ଼ା, ୨୨/୦୪ (ସୁକାନ୍ତ କୁମାର ତ୍ରିପାଠୀ) : କନ୍ଧମାଳ ଜ଼ିଲ୍ଲା ଏସପିଙ୍କ ଆଦେଶ କ୍ରମେ ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ, ବାଲିଗୁଡା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଉପସ୍ଥିତ ଥିବା ପୋଲିସ କର୍ମଚାରୀ ବାଲିଗୁଡା ସହରରେ ଥିବା ବିଭିନ୍ନ ସାହିର ବରିଷ୍ଠ ନାଗରିକ ମାନଙ୍କ ଘରକୁ ଯାଇ ମାସ୍କ୍ ,ବିସ୍କୁଟ,ବ୍ରେଡ୍, ଓ.ଆର.ଏସ ଆଦି ପ୍ରଦାନ କରି ଲକ୍ ଡାଉନ୍ ସମୟରେ ବାହାରକୁ ନବାହରିବା ପାଇଁ ପରାମର୍ଶ ଦେବା ସହିତ କରନା ଭଳି ମହାମାରୀ ଠାରୁ କିପରି ସୁରକ୍ଷିତ ରହିବେ ସେ ସମ୍ପର୍କରେ ବୁଝାଇ ଥିଲେ। ସାରା ଦେଶରେ ଲକଡାଉନ ପରିସ୍ଥିତି ଜାରିଥିବାବେଳେ ଅନ୍ୟ ପକ୍ଷରେ ଖରା ତାର ପ୍ରଚଣ୍ଡ ରୂପ ଦେଖାଉଚି ପ୍ରବଳ ଖରା ଯୋଗୁଁ ଅଂଶୁଘାତ ହେବାର ସମ୍ଭାବନା ରହିଛି I ଏହି ଜଟିଳ ପରିସ୍ଥିତି ସମୟରେ ଆବଶ୍ୟକସ୍ଥଳେ ବାଲିଗୁଡା ଥାନାକୁ ଜଣାଇବା ପାଇଁ ବରିଷ୍ଠ ନାଗରିକ ମାନଙ୍କୁ କହିଛନ୍ତି ବାଲିଗୁଡା ଥାନା ଅଧିକାରୀ। ଏହି ସଚେତନ କାର୍ଯ୍ୟରେ ବାଲିଗୁଡା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟଦେବ ଷଡ଼ଙ୍ଗୀ, ଏନ ଏ ସି ଅଧ୍ୟକ୍ଷ ଶ୍ରୀ ଲୋକନାଥ ପାଢ଼ୀ ଉପସ୍ଥିତ ଥିଲେ।







