ଅନ୍ଧାର ପଡୁଛି କୋଦଳା, ଏନ.ଏ.ସିର ନିଘା ନାହିଁ

116

କୋଦଳା , ୨୧/୭ (ଭଗବାନ ପାଢ଼ୀ): ଗଞ୍ଜାମ ଜିଲ୍ଲା କୋଦଳା ଏନ.ଏସିରେ ମାସ ମାସ ଧରି ଅଧିକାଂଶ ସାହି ଅନ୍ଧାର ପଡୁଛି l ପ୍ରତ୍ୟେକ ଏନ.ଏସି ପାଇଁ ରାଜ୍ୟ ସରକାର ସଫେଇ ବିଦ୍ୟୁତ ଏବଂ ଅନ୍ୟାନ ଉନ୍ନତି ମୂଳକ କାର୍ଯ୍ୟପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସତ, ହେଲେ ଏହି ଏନ.ଏସିରେ ସେହି ଭଳି କିଛି ଆଖିଦୃଷ୍ଟିଆ କାର୍ଯ୍ୟ ଦେଖିବାକୁ ମିଳୁନାହିଁ l ଏହି ଏନ.ଏସି ୧୩ଗୋଟି ୱାର୍ଡକୁ ନେଇ ହୋଇଛି l ଏଠାରେ ପ୍ରାୟ କୋଡିଏ ହଜାରରୁ ଅଧିକ ଲୋକ ବସବାସ କରୁଛନ୍ତି l ଏଠାରେ ମାସ ମାସ ଧରି ଅଧିକାଂଶ ସାହିରେ ଷ୍ଟ୍ରିଟ ଲାଇଟ ଲାଗୁନାହିଁ l କୋଦଳା ବସଷ୍ଟାଣ୍ଡ କୁମୁଟି ସାହି ଓ ଦଣ୍ଡିଶ୍ୱର ମନ୍ଦିର ଠାରେ ଥିବା ହାଇମାକ୍ସ ଲାଇଟ ଲାଗୁନାହିଁ l ଯାହା ଫଳରେ ଲୋକମାନେ ଯାତାୟାତ କରିବାରେ ବହୁତ ଅସୁବିଧା ହେଉଛି l ପ୍ରାୟ ସାହିରେ ଲାଇଟ ନଜଳିବ ହେତୁ ଚୋରି ହେବା ଆଶଙ୍କା ହେଉଛି l ଏନ.ଏସି କର୍ତ୍ତୃପକ୍ଷଙ୍କୁ ଏହି ବିଷୟରେ ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ l ଏଣୁ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର କୋଦଳାରେ ଯେମିତି ପ୍ରତ୍ୟେକ ସାହିରେ ଷ୍ଟ୍ରିଟ ଲାଇଟ ଲାଗିବ ସେଥିପାଇଁ ଗ୍ରାମବାସୀ ଦାବି କରିଛନ୍ତି l