Sunday, October 11, 2026
Home ଜାତୀୟ ଭାରତ ଓ ଆଫଗାନିସ୍ତାନ ମିଶି ଏକତା ଓ ସହଭାଗୀ ସଂକଳ୍ପ ଜରିଆରେ କୋଭିଡ-୧୯ର ମୁକାବିଲା କରିବେ...

ଭାରତ ଓ ଆଫଗାନିସ୍ତାନ ମିଶି ଏକତା ଓ ସହଭାଗୀ ସଂକଳ୍ପ ଜରିଆରେ କୋଭିଡ-୧୯ର ମୁକାବିଲା କରିବେ : ପ୍ରଧାନମନ୍ତ୍ରୀ

9

ନୂଆଦିଲ୍ଲୀ, ୨୧/୦୪ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ, ଭାରତ ଓ ଆଫଗାନିସ୍ତାନ ଏକଜୁଟ ହୋଇ ଓ ସହଭାଗୀ ସଂକଳ୍ପ ସହିତ କୋଭିଡ-୧୯ର ଏକତ୍ର ମୁକାବିଲା କରିବେ ।

ଆଫଗାନିସ୍ତାନକୁ ଆବଶ୍ୟକ ଜରୁରି ଔଷଧ ହାଇଡ୍ରୋକ୍ସି କ୍ଳୋରୋକୁଇନ, ପାରାସିଟାମଲ ଓ ଅନ୍ୟାନ୍ୟ ସାମଗ୍ରୀ ଉପଲବ୍ଧ କରାଇଥିବାରୁ ଆଫଗାନିସ୍ତାନର ରାଷ୍ଟ୍ରପତି ଡଃ ଅଶରଫ ଘନୀ ଏକ ଟ୍ଵିତ କରିଥିଲେ । ଏହାର ଉତ୍ତର ରଖି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଉପରୋକ୍ତ ଟିପ୍ପଣୀ ଦେଇଥିଲେ ।

ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ଟ୍ଵିଟର ଉତ୍ତରରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ଟ୍ଵିଟରେ କହିଥିଲେ, “ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଏକ ସ୍ଵତନ୍ତ୍ର ବନ୍ଧୁତା ରହିଛି, ଯାହା ଐତିହାସିକ, ଭୌଗଳିକ ଓ ସାଂସ୍କୃତିକ ସମ୍ପର୍କ ଉପରେ ଆଧାରିତ । ଦୀର୍ଘ ସମୟ ଧରି ଆମେ ଆତଙ୍କବାଦର ସଙ୍କଟ ବିରୁଦ୍ଧରେ ମିଳିତ ଭାବେ ଲଢେଇ କରିଛୁ । ଆମେ ଏହିପରି ଏକଜୁଟ ହୋଇ ତଥା ସହଭାଗୀ ସଂକଳ୍ପ ସହତି କୋଭିଡ-୧୯ର ମୁକାବିଲା କରିବୁ” ।

ସ୍ରୋତ : ପିଆଇବି