Wednesday, October 14, 2026
Home ଆଞ୍ଚଳିକ ନିଜସ୍ଵ ଜ୍ଞାନ କୌଶଳରେ ନାଲକୋ ପକ୍ଷରୁ କରୋନା ବିଶୋଧନ କାର ଟନେଲ ନିର୍ମାଣ

ନିଜସ୍ଵ ଜ୍ଞାନ କୌଶଳରେ ନାଲକୋ ପକ୍ଷରୁ କରୋନା ବିଶୋଧନ କାର ଟନେଲ ନିର୍ମାଣ

33

କୋରାପୁଟ ୨୦/୪ (ଜିଲ୍ଲା ଖବର) : ମହାମାରୀ କରୋନା ଭୁଟାଣୁ ସଂକ୍ରମଣ ସୁରକ୍ଷିତ ରହିବା ପାଇଁ ଏକ ନିହାରା ପରିକଳ୍ପନା କୁ ବାସ୍ତବ ରୂପ ଦେଇଛନ୍ତି ।ଦାମନଯୋଡି ନାଲକୋ ପ୍ରକଳ୍ପର ଏସ ଏସ ପି ବିଭାଗ ।ଏହି ବିଭାଗ ର ବି କେ ଦ୍ବାରି ,ଏସି ନାୟକ, ଏସ କେ ମହାରଣା ସମେତ ୟୁକେ ପଟ୍ଟନାୟକ ପ୍ରମୁଖ ନିଜସ୍ବ ଜ୍ଞାନ କୌଶଳ ସ୍ୱଳ୍ପ ଖର୍ଚ୍ଚରେ ଏକ କରୋନା ବିଶୋଧନାଗାର ଟନେଲ ନିର୍ମାଣ କରିଛନ୍ତି।୧୦ପୁଟ ଉଚ୍ଚ ସାଡେ ୬ପୁଟଲମ୍ଭା ସାଢେ ୪ପୁଟ ଚଉଡା ର ଏହି ଟନେଲ ଟି ବାୟୁର ଚାପ ଦ୍ବାରା ସୋଡିୟମ ହାଇପୋ କ୍ଲୋରାଇଡ଼ ମିଶ୍ରଣ କୁ କୁହୁଡି ରେ ପରିଣତ କରି ଖୁବ କମ ସେକେଣ୍ଡରେ ମନୁଷ୍ୟ ଶରୀରକୁ ବିଶୋଧିତ କରି ପାରୁଛି।ଏଥିରେ ସୋଡିୟମ ହାଇପୋ କ୍ଲୋରାଇଡ଼ ଓ ଜଳ ର ମିଶ୍ରଣକୁ ବିଶ୍ୱ ସଂସ୍ଥା ଦ୍ବାରା ପ୍ରମାଣିତ ହାରରେ ପ୍ରସ୍ତୁତ କରାଯାଇ ବ୍ୟବହାର କରାଯାଇଛି।ଏହା ମନୁଷ୍ୟ ଶରୀର ରେ କୌଣସି କ୍ଷତି ପହଞ୍ଚାଇବ ନାହିଁ ବୋଲି ୟୁ କେ ପଟ୍ଟନାୟକ କହିଛନ୍ତି।ଏହି କରୋନା ବିଶୋଧନଗାର ଟନେଲଟି କାରଖାନା କାମ କରୁଥିବା କର୍ମଚାରୀ ମାନଙ୍କୁ ଯଥା ସମ୍ଭବ ମହାମାରୀ କରୋନା ସୁରକ୍ଷା ପ୍ରଦାନ କରିବାରେ ସହାୟକ ହେବ ବୋଲି ନାଲକୋ ଇଡ଼ି ରବି ଶଙ୍କର ଦାସ ସମେତ ଏଜିଏମ ଶଶାଙ୍କ ଶେଖର ସାହୁ କହିଛନ୍ତି।ବିଶୋଧନଗାର ଟନେଲ ନିର୍ମାଣ କରିଥିବା କର୍ମଚାରୀ ମାନଙ୍କୁ ନାଲକୋ ଇଡିଙ୍କ ସହବିଭିନ୍ନ ମହଲରେ ପ୍ରସଂଶା କରାଯାଇଛି।

ରିପୋର୍ଟ ସୁନ୍ଦର କୁମାର ପାଣି।