Thursday, November 12, 2026
Home ଆଞ୍ଚଳିକ ଜୁଆ ଆଡ୍ଡା ଉପରେ ଚଢ଼ାଉ,୧୦୧୮୦ ଟଙ୍କା,୪ ମୋବାଇଲ ଫୋନ୍ ଜବତ,୧୦ ଗିରଫ

ଜୁଆ ଆଡ୍ଡା ଉପରେ ଚଢ଼ାଉ,୧୦୧୮୦ ଟଙ୍କା,୪ ମୋବାଇଲ ଫୋନ୍ ଜବତ,୧୦ ଗିରଫ

47

ବେଲଗୁଣ୍ଠା ୨୦/୪ (ଜିଲ୍ଲା ଖବର) : ଗାଙ୍ଗପୁର ଥାନା ଅନ୍ତର୍ଗତ ପଣିବନ୍ଧ ଏକ ଆମ୍ବ ତୋଟାରେ କିଛି ଦିନ ହେବ ଏକ ଜୁଆ ଆଡ୍ଡା ଚାଲୁଥିଲା ।ଆଜି ସଂଧ୍ୟାରେ ଜୁଆ ଖେଳ ଚାଲିଥିବା ବେଳେ ଗାଙ୍ଗପୁର।ଥାନା ଅଧିକାରୀ ଧିରେଶ କୁମାର ଦାସ ଓ ଡିଏସପି ସଞ୍ଜୟ କୁମାର ମହାପାତ୍ର ଚଢ଼ାଉ କରି ଦଶ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ୧୦୧୮୦ ଟଙ୍କା ଓ ୪ ଟି ମୋବାଇଲ ଫୋନ୍ ଜବତ କରିଛନ୍ତି ।ଏ ନେଇ ଗାଙ୍ଗପୁର ଥାନାରେ ୯୮/୨୦ ରେ ଏକ ମାମଲା ରୁଜ୍ଜୁ କରି ୟୁ/ଏସ୍ -୩ ଓପିଜି ଧାରାରେ ସମସ୍ତ ଜୁଆଡିଙ୍କୁ ଗିରଫ କରିଥିବା ଗାଙ୍ଗପୁର ଥାନଧିକାରୀ ପ୍ରକାଶ କରିଛନ୍ତି ।

ରିପୋର୍ଟ ଶିବରାମ ଚୌଧୁରୀ