
କବିସୂର୍ଯ୍ୟନଗର ୨୦/୪ (ଜିଲ୍ଲା ଖବର) : କବିସୂର୍ଯ୍ୟନଗର ବ୍ଲକ କନିୟାରୀ ପଂଚାୟତ ର ସାମନ୍ତାର ପଲି ଗ୍ରାମବାସୀ ଙ୍କ ପକ୍ଷରୁ ଆଜି ବିଡ଼ିଓ ଙ୍କ ଜରିଆରେ କରୋନା ସହାୟତା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ୩୦ ହଜାର ଟଙ୍କା ଓ ପ୍ରଧାନମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ୨୦ ହଜାର ଟଙ୍କା ଦାନ କରିଥିବା ଜଣା ଯାଇଛି, କରୋନା ରେ ଆକ୍ରାନ୍ତ ଙ୍କ ଉଦେଶ୍ୟ ରେ ଏହି ଟଙ୍କା ଖର୍ଚ୍ଚ କରିବାକୁ ସେମାନେ କହିଛନ୍ତି, ବ୍ଲକ ଅଫିସ ପରିସରରେ ଅଧ୍ୟକ୍ଷ ସନ୍ତୋଷ କୁମାର ପାଢ଼ୀ, ତହସିଲଦାର ପ୍ରକାଶ କୁମାର ମିଶ୍ର ଙ୍କ ଉପସ୍ଥିତ ରେ ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଙ୍କ ନେତୃତ୍ୱରେ ସରପଞ୍ଚ ପ୍ରତିନିଧି ଭିକାରୀ ପ୍ରଧାନ ଓ ଗ୍ରାମବାସୀ ଙ୍କ ଉପସ୍ଥିତ ରେ ବିଡ଼ିଓ ଙ୍କୁ ପ୍ରଦାନ କରାଯାଇଛି
ରିପୋର୍ଟ ନାରାୟଣୀ ପ୍ରସାଦ ମିଶ୍ର


