ବେଆଇନ କାର୍ୟ୍ୟକଳାପ ନିରୋଧୀ ଆଇନ -୧୯୬୭ ଅଧୀନରେ ୪ ଜଣଙ୍କୁ ଆତଙ୍କବାଦୀ ଘୋଷଣା

18

ନୂଆଦିଲ୍ଲୀ : ନିକଟରେ କେନ୍ଦ୍ର ସରକାର ବେଆଇନ କାର୍ୟ୍ୟକଳାପ ନିରୋଧୀ ଆଇନ, ୧୯୬୭ରେ ଆଣିଥିବା ସଂଶୋଧନ ଆଧାରରେ ନିମ୍ନଲିଖିତ ବ୍ୟକ୍ତିଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇଛି । ଏଥିସହିତ ଏମାନଙ୍କ ନାମ ଆଇନର ଅନୁସୂଚୀ-୪ରେ ସାମିଲ କରାଯିବା ଲାଗି ନିଷ୍ପତି ନିଆଯାଇଛି । ଏମାନେ ହେଲେ :

୧. ମୌଲାନା ମାସୁଦ ଆଝାର : ଜୈଶ ଇ ମହମ୍ମଦର ମୁଖ୍ୟ, ପ୍ରତିଷ୍ଠାତା ଓ ପ୍ରମୁଖ ନେତା

୨. ହଫିଜ ମହମ୍ମଦ : ଲସ୍କର-ଇ-ତୟବା ଓ ଜମାତ-ଉଦ-ଦାୱାର ମୁଖ୍ୟ, ପ୍ରତିଷ୍ଠାତା ଓ ମୁଖ୍ୟ ନେତା

୩. ଜାକି-ଉର-ରେହମାନ ଲଖଭି : ଲସ୍କର-ଇ-ତୟବାର ମୁଖ୍ୟ ଅପରେସନ କମାଣ୍ଡର ତଥା ଏହାର ଜଣେ ପ୍ରତିଷ୍ଠାତା ସଦସ୍ୟ

୪. ଦାଉଦ ଇବ୍ରାହିମ କାସକର : ଅନ୍ତର୍ଜାତୀୟ ଅଣ୍ଡରୱାର୍ଲ୍ଡ ଅପରାଧୀ ସଂଗଠନର ପରିଚାଳକ ତଥା ଆତଙ୍କବାଦୀ କାର୍ୟ୍ୟକଳାପର ଷଡ଼ଯନ୍ତ୍ରକାରୀ ।

ଉପରୋକ୍ତ ସମସ୍ତ ବ୍ୟକ୍ତିବିଶେଷ ଭାରତରେ ବିଭିନ୍ନ ଆତଙ୍କବାଦୀ କାର୍ୟ୍ୟକଳାପରେ ଜଡ଼ିତ ଅଛନ୍ତି ଏବଂ ମିଳିତ ଜାତିସଂଘ ଦ୍ୱାରା ବିଶ୍ୱ ଆତଙ୍କବାଦୀର ମାନ୍ୟତା ପାଇଛନ୍ତି ।

ପୂର୍ବରୁ କେବଳ ଆତଙ୍କବାଦୀ ସଂଗଠନଗୁଡ଼ିକୁ ନିଷିଦ୍ଧ କରାଯାଉଥିବାରୁ ବ୍ୟକ୍ତିବିଶେଷମାନେ ସଂଗଠନର ନାମ ପରିବର୍ତ୍ତନ କରି ଆତଙ୍କବାଦୀ କାର୍ୟ୍ୟକଳାପ ଜାରି ରଖୁଥିଲେ । ଏବେ ଆତଙ୍କବାଦୀ କାର୍ୟ୍ୟାନୁଷ୍ଠାନରେ ଲିପ୍ତ ବ୍ୟକ୍ତିବିଶେଷଙ୍କୁ ଆତଙ୍କବାଦୀ ଘୋଷଣା କରିବା ଲାଗି ଆଇନରେ ସଂଶୋଧନ ଅଣାଯାଇଛି ।

(ସ୍ରୋତ-ପିଆବି)