
ହିଞ୍ଜିଳିକାଟୁ ୨୦/୪ (ଜିଲ୍ଲା ଖବର) : କରୋନା ସାରା ବିଶ୍ୱକୁ ଚକିତ କରିଦେଇଥିବା ବେଳେ ଏ ପର୍ଯ୍ୟନ୍ତ କୌଣସି ପ୍ରକାର ଔଷଧ ପ୍ରସ୍ତୁତ ହୋଇପାରିନି Iଏହାକୁ ଦୃଷ୍ଟିରେ ରଖି ଗଂଜାମ ଜିଲ୍ଲା ପ୍ରଶାସନ ମାସ୍କ ନ ପିନ୍ଧିଲେ ଘରୁ ବାହାରକୁ ବାହାରିବା ପାଇଁ କଡା କଡ଼ି ଭାବେ ମନା କରିଥିବା ବେଳେ ସନ୍ତୋଷ କିଓସ୍କି ବ୍ୟାଙ୍କ ତରଫରୁ ମାସ୍କ ବଣ୍ଟନ ଏବଂ କରୋନା ସଚେତନ କାର୍ଯ୍ୟକ୍ରମ କରିସାରିଛନ୍ତି Iସନ୍ତୋଷ କିଓସ୍କ ବ୍ୟାଙ୍କ ର ମାଲିକ ସନ୍ତୋଷ ବେହେରା ,ଓକିଲ ଅକ୍ଷୟ କୁମାର ସାହୁ ଏବଂ ବ୍ୟାଙ୍କ ର କିଛି କର୍ମଚାରୀ ରଂଜିତ କୁମାର, ପ୍ରଭାତ କୁମାର ପଟ୍ଟନାୟକ, ରେଷମା ଏବଂ ପାର୍ଥବି ସମସ୍ତଙ୍କ ସହଯୋଗ ରେ ହିଞ୍ଜିଳିକାଟୁ ବ୍ଲକ ରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ର ମୁଖ୍ୟ ସଖା ନିକଟରେ ଥିବା ସନ୍ତୋଷ କିଓସ୍କି ବ୍ୟାଙ୍କ ସାମ୍ନାରେ ମାସ୍କ ଏବଂ ସନେଟରୀ ବଣ୍ଟନ ହୋଇଯାଇଛି Iଏହାକୁ ଦେଖି ସ୍ଥାନୀୟ ବାସିନ୍ଦା ବେଶ ଖୁସି ହେବI ସହ ସନ୍ତୋଷ ଙ୍କୁ ସବାସୀ ଜଣାଇଛନ୍ତି I
ରିପୋର୍ଟ ପ୍ରଶାନ୍ତ କୁମାର ରଣା


