Thursday, November 12, 2026
Home ଆଞ୍ଚଳିକ ହିଞ୍ଜିଳି ବ୍ଲକରେ ଭ୍ରାମ୍ୟମାଣ ରକ୍ତସଂଗ୍ରହ ଅଭିଯାନ ୨୩ ୟୁନିଟ ସଂଗୃହିତ

ହିଞ୍ଜିଳି ବ୍ଲକରେ ଭ୍ରାମ୍ୟମାଣ ରକ୍ତସଂଗ୍ରହ ଅଭିଯାନ ୨୩ ୟୁନିଟ ସଂଗୃହିତ

16

ହିଞ୍ଜିଳିକାଟୁ ୨୦/୪ (ଜିଲ୍ଲା ଖବର) : ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଯାଇଛି I କରୋନା ଜନିତ ପ୍ରତିବନ୍ଧକ କାରଣରୁ ଶିବିର ଆୟୋଜନ କରି ରକ୍ତ ସଂଗ୍ରହ କରାଯାଇ ପାରୁନଥିବାରୁ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ ଦେଖା ଦେଇଛି I ଏହିଭଳି ସମସ୍ୟା ଯୋଗୁଁ ରକ୍ତ ସଂଗ୍ରହ ପାଇଁ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ର ବ୍ୟବସ୍ତା କରାଯାଇଛି I ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗ ପ୍ରଥମେ ଅଳରିଗଡା ରେ ରକ୍ତଦାନ କରି ଶିବିର କୁ ଶୁଭାରମ୍ଭ କରିଥିଲେ I ତୃତୀୟ ଦିନରେ ହିଞ୍ଜିଳିକାଟୁ ରେ ୨୩ ୟୁନିଟ ରକ୍ତ ସଂଗୃହିତ ହୋଇଯାଇଛି Iପୌର ପରିଷଦ ଅଧିକାରୀ ଡ. ମନୋରଞ୍ଜନ ସାହୁ ଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ନଗର ବିଜେଡି ସଭାପତି ଭୀମସେନ ବେହେରା ପୂର୍ବତନ ନଗର ପାଳ ଶିବରାମ ଗୌଡ଼ ଙ୍କ ସହ ଅନେକ ପରିଚିତ ବ୍ୟକ୍ତି ଯୋଗ ଦେଇ ରକ୍ତଦାନ ଅଭିଯାନକୁ ସହଯୋଗ କରିଥିଲେ I

ରିପୋର୍ଟ ପ୍ରଶାନ୍ତ କୁମାର ରଣା