
ମୁନିଗୁଡା ୧୯/୦୪ (ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ସିଙ୍ଗାରି,ଲିଟିଗୁଡ଼ା ଓ ଏହାର ଆଖପାଖ ବସ୍ତିରେ ମୁନିଗୁଡାର ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ,ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କାର୍ଯ୍ୟକାର୍ତ୍ତାମାନେ ଘରଘର ବୁଲି କରୋନା ସଚେତନତାର ବାର୍ତ୍ତା ପ୍ରଚାର କରିବାସହ ସଭିଙ୍କୁ ମାସ୍କ,ସାବୁନ ଓ ମିଠାହାଲୁଆ ବାଣ୍ଟିଥିଲେ।ସପ୍ତାହେ ହେବ ସଙ୍ଘ ପରିବାର ଏହି ସେବାକାର୍ଯ୍ୟ ତାର ସ୍ୱୟଂ ସେବକମାନଙ୍କୁ ନେଇ ବିଭିନ୍ନ ଗ୍ରାମ,ବସ୍ତି ଓ ଅପହଞ୍ଚ ଇଲାକାରେ କରୁଅଛି।ଏଥିସହ କରୋନା ବିରୁଧ୍ୟରେ ଦିନରାତି ଅହରହ ସଚେତନତା ପ୍ରଚାର ଓ ସେବା ଯୋଗାଇବାରେ କାର୍ଯ୍ୟରତ ପୋଲିସ,ସିଆରପିଏଫ ଓ ଅଗ୍ନିଶମ ଯବାନ ମାନଙ୍କୁ ଯଥା ସମ୍ଭବ ସହଯୋଗ କରିଆସୁଛନ୍ତି।ଦେଶର ଏହି ବିପତ୍ତି ସମୟରେ ସଂଘର ସ୍ୱୟଂ ସେବକମାନେ ନିଜ ସୁରକ୍ଷ୍ୟାକୁ ପଛକୁ ପକାଇ ଦେଶର ନାଗରିକ ମାନଙ୍କ ସୁରକ୍ଷ୍ୟାର ଦାୟିତ୍ଵ ନିର୍ବାହ କରୁଛନ୍ତି।ମୁନିଗୁଡା ବ୍ଲକରେ ବିଡ଼ିଓ ଶ୍ରୀ ଦିଲ୍ଲୀପ କୁମାର ବେହେରା,
ତହସିଲଦାର ଶ୍ରୀ ଦେବାଶିଷ ଗୌଡ଼ ଲକଡାଉନକୁ କଡାକଡି ଭାବେ ଲାଗୁ କରିଥିବାବେଳେ,ପୋଲିସର ସଜାଗ ଓ ପଇଁତରା ଅମାନିଆକୁ ଲଗାମ ଦେଉଛି।ଏହି ସମୟରେ ସଂଘର କାର୍ଯ୍ୟକାର୍ତ୍ତା ସାଧାରଣ ଜନତାଙ୍କ ଲକଡାଉନ କୋହଳ ସମୟରେ ସାମାଜିକ ଦୂରତା ରଖି ସାମଗ୍ରୀ କିଣିବାକୁ ବୁଝାଉଥିବା ଦେଖିବାକୁ ମିଳିଥିଲା।ଏହି ବିଷମ ପରସ୍ଥିତିରେ ସମସ୍ତେ ଜଣେଜଣେ ଯୋଧ୍ୟା ସାଜି କରୋନା ବିରୁଧ୍ୟରେ ଲଢ଼ିବା ସହ ପରସ୍ପରକୁ ସହଯୋଗ କରିବାକୁ ସଙ୍ଘ କାର୍ଯ୍ୟକର୍ତାମାନେ ଆହ୍ବାନ ଦେଇଥିଲେ।
ରିପୋର୍ଟ ସନାତନ ନାୟକ






