Thursday, November 12, 2026
Home ଆଞ୍ଚଳିକ ମକରଝୋଳ କିଓସ୍କି ବ୍ୟାଙ୍କ ତରଫରୁ ମାସ୍କ ଏବଂ ସନେଟରୀ ବଣ୍ଟନ

ମକରଝୋଳ କିଓସ୍କି ବ୍ୟାଙ୍କ ତରଫରୁ ମାସ୍କ ଏବଂ ସନେଟରୀ ବଣ୍ଟନ

194

ହିଞ୍ଜିଳିକାଟୁ ୧୯/୦୪ (ଜିଲ୍ଲା ଖବର): ହିଞ୍ଜିଳିକାଟୁ ବ୍ଲକରେ ଚାରିଆଡେ ଲକ ଡାଉନ Iମାସ୍କ ନଥିଲେ ଘରୁ ବାହାରକୁ ବାହାରିବା ପାଇଁ କଡାକଡ଼ି ଭାବେ ମନା କରିଛନ୍ତି ଜିଲ୍ଲା ପ୍ରଶାସନ Iଏହାକୁ ଦୃଷ୍ଟିରେ ରଖି ମକରଝୋଳ କିଓସ୍କି ବ୍ୟାଙ୍କ ର ମାଲିକ ସନ୍ତୋଷ ବେହେରାଙ୍କ ସହ ବ୍ୟାଙ୍କର କିଛି କର୍ମଚାରୀ ତପସ୍ୱିନୀ ବେହେରା ,ପଦ୍ମନାଭ ପାଣିଗ୍ରାହୀ ,ରଂଜିତ ,ରେଷମା,ପାର୍ଥବି ଏବଂ ପ୍ରଭାତ ମିଶି ହିଞ୍ଜିଳିକାଟୁ ବ୍ଲକ ରେ ମାସ୍କ,ସନେଟରୀ ବଣ୍ଟନ କରିସାରିଛନ୍ତି Iହିଞ୍ଜିଳିକାଟୁ ବ୍ଲକର ପ୍ରତ୍ୟକ ୱାର୍ଡ ବୁଲି ମାସ୍କ ବଣ୍ଟନ କରିବା ସହିତ ସମସ୍ତ ଲୋକ ମାନଙ୍କୁ କରୋନା ସଚେତନତା କରାଇଥିଲେ I ସମସ୍ତଙ୍କୁ ସାମାଜିକ ଦୂରତା ରକ୍ଷା କରିବା ପାଇଁ ନିବେଦନ କରିଥିଲେ କରୋନା ଭଳି ମହାମାରୀ ବିପଦ ସମୟରେ ଲୋକ ମାନଙ୍କ ପାଖରେ ପହଞ୍ଚି ବେଶ ଚର୍ଚ୍ଚାରେ ସନ୍ତୋଷ ବେହେରା I
ରିପୋର୍ଟ ପ୍ରଶାନ୍ତ କୁମାର ରଣା