
ବ୍ରହ୍ମପୁର ୧୯/୦୪ (ଜିଲ୍ଲା ଖବର) : ବ୍ରହ୍ମପୁରସ୍ଥିତ ଷ୍ଟେଟବେଙ୍କ ଅବସରପ୍ରାପ୍ତ କଲ୍ୟାଣକାରୀ ଗୃପ୍ ତରଫରୁ ରାଜ୍ୟରେ କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସଭ୍ୟମାନେ ନୈତିକ କର୍ତ୍ତବ୍ୟ ପାଳନ ପୂର୍ବକ ପାଣ୍ଠି ସଂଗ୍ରହ କରି ମୋଟ ଉପରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଏକ ଲକ୍ଷ ତେଷଠି ହଜାର ଟଙ୍କାର ଏକ ଡ୍ରାଫ୍ଟ ପଠାଇଛନ୍ତି।
୧୨୯ ଜଣ ଅବସରପ୍ରାପ୍ତ ଷ୍ଟେଟବେଙ୍କ କର୍ମଚାରୀଙ୍କୁ ନେଇ ଗଠିତ ଏହି ଗୃପ ବିଭିନ୍ନ ସମୟରେ ସାମାଜିକ କାର୍ଯ୍ୟକ୍ରମ ଗ୍ରହଣ ସହ ବୃକ୍ଷ ରୋପଣ,ଗରୀବ ତଥା ମେଧାବୀ ବିଦ୍ୟାର୍ଥୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ସହର ମଧ୍ୟରେ ପ୍ରଶଂସିତ ହୋଇଛି ।ଆଗାମୀ ଦିନରେ ଜନହିତ କାରୀ କାର୍ଯ୍ୟକ୍ରମ ଚାଲୁରହିବ ବୋଲି ଗୃପର ସଂଯୋଜକ ଗଦାଧର ରାଉଳ ପ୍ରକାଶ କରିଛନ୍ତି ।
ରିପୋର୍ଟ: ପ୍ରଫୁଲ୍ଲ କୁମାର ସାବତ



