କରୋନା ପାଇଁ ଅସ୍ତ୍ରୋପଚାର ନ କରି ଘରକୁ ପଠାଇଦେଲେ ।ଅସହ୍ୟ ଯନ୍ତ୍ରଣା ରେ ଛଟପଟ ହେଉଛନ୍ତି ଶିବ

54

ବୈପାରିଗୁଡ଼ା ୧୮/୪ (ଜିଲ୍ଲା ଖବର) : କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ରାମଗିରି ପଞ୍ଚାୟତର ଭାଲୁଗୁଡ଼ା ଗ୍ରାମର ଶିବ ଗୌଡ଼ (୩୦) ଗତ ମାସ ୨୫ତାରିଖ ଦିନ ନିଜ ଭଉଣୀ ର ଦେହ ଖରାପ ଥିବାରୁ ମଟର ସାଇକେଲରେ ରାମଗିରି ମେଡିକାଲ କୁ ନେବା ସମୟରେ ହଠାତ ବାଇକ ଭାରସାମ୍ୟ ହରାଇ ପଡିଯାଇଥିଲା ଫଳରେ ବାମ ଗୋଡ଼ରେ ଗଭୀର ଆଘାତ ହୋଇଥିଲା ।ତାଙ୍କୁ ବୈପାରିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରି କୋରାପୁଟ ମେଡିକାଲ କଲେଜକୁ ପଠା ଯାଇଥିଲା ।ସେଠାରେ ତାଙ୍କ ଗୋଡ଼ ଠିକ ନ ହେବାରୁ ତାଙ୍କୁ ଗତ ମାସ ୨୮ତାରିଖ ଦିନ ବ୍ରହ୍ମପୁର ସ୍ଥିତ ଏକେସିଜି ମେଡ଼ିକାଲ କଲେଜ କୁ ଯାଇଥିଲେ ।ସେଠାରେ ତାଙ୍କୁ ଡାକ୍ତର ଗୋଡ଼ ଅସ୍ତ୍ରୋପଚାର କରିବାକୁ ପଡ଼ିବ ବୋଲି କହିଥିଲେ କିନ୍ତୁ କରୋନା ଭୂତାଣୁର ପ୍ରଭାବ ରହିଥିବାରୁ ଅସ୍ତ୍ରୋପଚାର କରା ଯାଇ ପାରିବ ନାହିଁ କହି ଘରକୁ ଫେରାଇ ଦେଇଥିଲେ ।ଅସହ୍ୟ ଯନ୍ତ୍ରଣା ହେଉଥିଲେ ସୁଦ୍ଧା ବାଧ୍ୟ ହୋଇ ଏକ ବୋଲେର ଭଡ଼ା କରି ଘରକୁ ଫେରି ଆସିଥିଲେ ଶିବ ଗୌଡ଼ ।ଏବେ ଅସହ୍ୟ ଯନ୍ତ୍ରଣା ରେ ଛଟପଟ ହୋଇ ମଧ୍ୟ ଘରେ ପଡ଼ି ରହିଛନ୍ତି ଶିବ ।ଲକ ଡାଉନ ର ଅବଧି ବଢ଼ିବା ସହ ତାଙ୍କ ଗୋଡ଼ର ଯନ୍ତ୍ରଣା ଆହୁରି କଷ୍ଟ ଦେଉଥିଲା ଶିବ ପ୍ରକାଶ କରିଛନ୍ତି ।
ରିପୋର୍ଟ ସରୋଜ କୁମାର ଲେଙ୍କା ।