Thursday, October 15, 2026
Home ଜାତୀୟ କରୋନା କଟକଣା ମଧ୍ୟରେ ରଥଯାତ୍ରା ପାଳନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

କରୋନା କଟକଣା ମଧ୍ୟରେ ରଥଯାତ୍ରା ପାଳନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

42

ନୂଆଦିଲ୍ଲୀ, ୧୮/୪ (ଜିଲ୍ଲା ଖବର) : କରୋନା ନେଇ ଭୟ ଓ ଆତଙ୍କର ବାତାବରଣ ଭିତରେ ଆଗାମୀ ଜୁନ ୨୩ ତାରିଖରେ ହେବାକୁ ଯାଉଥିବା ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମାତା ସୁଭଦ୍ରାଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ସମସ୍ତ ଅସୁବିଧା ଓ ବାଧାବିଘ୍ନ ସତ୍ତ୍ଵେ ବିଶ୍ୱର କୋଟି କୋଟି ସାଧାରଣ ଜନତାଙ୍କ ଭାବାବେଗ ସହ ଜଡ଼ିତ ଏ ପବିତ୍ର ରଥଯାତ୍ରା ଆୟୋଜିତ ହେବାର ଆବଶ୍ୟକତା ରହିଛି ବୋଲି ଉଲ୍ଲେଖ କରି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଏଭଳି ବିଷମ ସ୍ଥିତିରେ କିପରି ଓଡ଼ିଶାର ସାଂସ୍କୃତିକ ପରିଚୟ ବହନ କରୁଥିବା ଶହ ଶହ ବର୍ଷର ଏହି ପ୍ରାଚୀନ ପରମ୍ପରା ରକ୍ଷା କରାଯାଇ ପାରିବ ଏବଂ ମହାପ୍ରଭୁଙ୍କ ରଥଯାତ୍ରା ସୁଚାରୁ ରୂପେ ଅନୁଷ୍ଠିତ ହୋଇପାରିବ ସେନେଇ ଶ୍ରୀ ମନ୍ଦିର ପ୍ରଶାସନ, ଗୋବର୍ଦ୍ଧନ ପୀଠର ଜଗଦଗୁରୁ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜ, ମୁକ୍ତି ମଣ୍ଡପ ବିଶେଷଜ୍ଞ, ଦଇତାପତି, ସେବାୟତ ତଥା ଅନ୍ୟ ପ୍ରମୁଖ ସଂସ୍କୃତି ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିବା ଲାଗି ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।