
ହିଞ୍ଜିଳିକାଟୁ ୧୭/୦୪ (ଜିଲ୍ଲା ଖବର) : ସାରା ଦେଶରେ କରୋନା ର କାୟା ବିସ୍ତାର ଫଳରେ ଭାରତ ସରକାର ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରିଥିଲେ ନିନ୍ତୁ ଏହା ନିୟନ୍ତ୍ରଣ ନ ହେବା ଯୋଗୁଁ ପୁଣି ଏହାର ସମୟ ଅବଧି ମେ ୩ ପଯ୍ୟନ୍ତ ବଢାଇ ଦେଇଛନ୍ତି।ଯାହା ଫଳରେ ସୁରଥରେ କଳ କାରଖାନା,ଗାଡ଼ି ମଟର ଓ ଟ୍ରେନ ବନ୍ଦ ହୋଇ ଯାଇଥିଲା। ଆମ ପାଖରେ ଯାହା ଟଙ୍କା ଥିଲା ସବୁ ସରିଗଲା।ଯାହା ଫଳରେ ଆମେ ଭୋକ ଉପାସରେ ଛଟପଟ ହେଉଥିଲୁ।ସମସ୍ତଙ୍କୁ ଆମ ଦୁଃଖ ଜଣାଇବା ସ୍ଵେତେ କେହି ବୁଝିଲେ ନାହିଁ।ଶେଷରେଏହି ବିଷୟରେ ଆମେ ହିଞ୍ଜିଳିକାଟୁ ବ୍ଲକ୍ ରାଳବ ଗ୍ରାମର ସମାଜ ସେବୀ ମାନବ ପ୍ରେମୀ ନୀଳ ଭାଇଙ୍କୁ ଦୁଃଖ ଜଣାଇବାରୁ ସେ ଏହି ସମୟରେ ଦେବଦୂତ ହୋଇ ଆମକୁ ସାହାଯ୍ୟ କରିଥିଲେ।ସେ ନିରଞ୍ଜନ ପାଣିଗ୍ରାହି ଭାଇଙ୍କ ଜରିଆରେ ଶ୍ରୀଯୁକ୍ତ ପ୍ରତାପ ଷଡ଼ଙ୍ଗୀ ଙ୍କୁ (ନନା)କହି ଆମ ପାଖରେ ଖାଦ୍ୟ ସାମଗ୍ରୀ ଡାଲି,ଚାଉଳ ଓ ତେଲ ୧୫ ତାରିଖରେ ସୁରଥର ସାଇନ ଏରୀୟାକୁ ଆଣି ଆମକୁ ଦେଇଥିଲେ ପୁଣି ଆଜି ୮୦ ପକେଟ୍ ଆମ ପାଖରେ ପହଞ୍ଚାଇ ଥିଲେ।ଏହାକୁ ଆମ ପାଖରେ ଥିବା ଲୋକ ମାନଙ୍କୁ ବାଣ୍ଟି ଥିଲୁ।ଆମକୁ ଏହି ବିପଦ ସମୟରେ ସାହାଯ୍ୟ କରିଥିବାରୁ ଆମେ ନନା ଓ ନିରଞ୍ଜନ ଭାଇ ଏବଂ ମାନମ ପ୍ରେମୀ ନୀଳ ଭାଇଙ୍କୁ ଧନ୍ୟବାଦ୍ ଜଣାଉଛୁ।ଏଥି ସହ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ ଭଗବାନ ଆପଣଙ୍କ ଚଲା ପଥକୁ କୁସମିତ କରନ୍ତୁ।
ରିପୋର୍ଟ ପ୍ରଶାନ୍ତ କୁମାର ରଣା ।


