

ବାଲିଗୁଡା,୧୮/୦୪ (ସୁକାନ୍ତ କୁମାର ତ୍ରିପାଠୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ସୁଡ୍ରା ଗ୍ରାମ ପଞ୍ଚାୟତର ଜାର୍ଗି ଗ୍ରାମରେ ଆଜି ଏଲଏସଏମର ଅନୁଷ୍ଠାନ ଦ୍ୱାରା ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା

ଏଥିରେ ଲୋକମାନଙ୍କୁ ହାତ ଧୋଇବା ବିଷୟରେ ସଚେତନ କରାଇ ଥିଲେ ଓ ଘରୁ ବାହାରକୁ ବାହାରିଲେ ମାସ୍କ୍ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା, ପ୍ରତିଦିନ ଥର କୁ ଥର ସାବୁନରେ ହାତ ଧୋଇବା, ଏଣେ ତେଣେ ଛେପ ଖଙ୍କାର ନ ପକାଇବା ଆଦି ବିଷୟରେ ସଚେତନ ବାର୍ତ୍ତା ଦେବା ସହିତ ଉପସ୍ଥିତ ଥିବା ଜନସାଧାରଣଙ୍କୁ ସାମାଜିକ ଦୂରତା ରକ୍ଷା କରିଵା ପାଇଁ ସଚେତନତା ବିଷୟରେ ବୁଝାଇଥିଲେ ।

ଲୋକମାନଙ୍କୁ ମାସ୍କ ସ।ନିଟାଇଯର ଏବଂ ଶୁଖିଲା ଖାଦ୍ୟ ବିତରଣ କରିଥିଲେ । ଏଲଏସଏମର ସେକ୍ରେଟାରୀ ଶ୍ରୀ ବିକ୍ରମ ଦିଗାଲ ଓ ସ୍ବେଛସେବୀ ଶ୍ରୀ ନୀଳାଚଳ ପାତ୍ର ଏବଂ ଵାରଖମାର କେତକ ସମାଜସେବୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ଗ୍ରାମବାସୀ ମାନେ ଅତ୍ୟନ୍ତ ଖୁସୀ ହୋଇ ଏହି ଅନୁଷ୍ଠାନକୁ ଧନ୍ୟବାଦ୍ ଜଣାଇ ଥିଲେ |




