Thursday, November 12, 2026
Home ଆଞ୍ଚଳିକ ବୈପାରିଗୁଡ଼ାରେ ନିରାଡ଼ମ୍ବରରେ ପାଳିତ ହେଲା ବିଜୁ ଶ୍ରାଦ୍ଧ ବାର୍ଷିକୀ । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ...

ବୈପାରିଗୁଡ଼ାରେ ନିରାଡ଼ମ୍ବରରେ ପାଳିତ ହେଲା ବିଜୁ ଶ୍ରାଦ୍ଧ ବାର୍ଷିକୀ । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

26

ବୈପାରିଗୁଡ଼ା ୧୭/୦୪ (ଜିଲ୍ଲା ଖବର ) : କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଠାରେ ବରିଷ୍ଠ ବିଜେଡ଼ି କର୍ମୀ ସାଥିରାମ ନାୟକଙ୍କ ବାସଭବନରେ ଏଥର ନିରାଡମ୍ଵରରେ ପାଳନ ହେଲା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ।କରୋନା ସତର୍କକତା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ବିଜେଡି ବ୍ଲକ ସଭାପତି ବିଜୟ ସାମନ୍ତରାୟ ପ୍ରକାଶ କରିଛନ୍ତି ।ଚଳିତ ବର୍ଷ ବିଜୁ ପଟ୍ଟନାୟକଙ୍କ ୨୩ତମ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଛି ।ଏହାକୁ ନିରାଡ଼ମ୍ଵରରେ ପାଳନ କରିବାକୁ ସମସ୍ତଙ୍କୁ ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଛନ୍ତି ।ନିଜ ଘରେ ବିଜୁ ବାବୁଙ୍କ ଫଟୋରେ ପୁଷ୍ପମାଲ୍ୟ ଦେବାକୁ ଦଳୀୟ କର୍ମୀଙ୍କୁ ପରାମର୍ଶ ଦିଆଯାଇଛି ।ବର୍ତ୍ତମାନ କରୋନା ଭାଇରସ୍‌ ମୁକାବିଲାରେ ଲାଗିଛନ୍ତି ରାଜ୍ୟ ସରକାର ।ଏହା ମଧ୍ୟରେ ସାରା ଦେଶକୁ ମେ’ ୩ ତାରିଖ ଯାଏଁ ଲକ୍‌ଡାଉନ୍‌ କରିଦିଆଯାଇଛି ।ତେଣୁ ଦେଶରେ କୌଣସି ରାଜନୈତିକ କିମ୍ଵା ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିବ ନାହିଁ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।ବୈପାରିଗୁଡ଼ାରେ ପାଳିତ ହୋଇଥିବା କାର୍ଯ୍ୟକ୍ରମ ରେ ବ୍ଲକ ସଭାପତି ବିଜୟ ସାମନ୍ତରାୟ, ଯୁବ ସଭାପତି ବିଶ୍ୱଜିତ ନାୟକ, ବରିଷ୍ଠ କର୍ମୀ ସାଥିରାମ ନାୟକ, ମନୋଜ ମହାପାତ୍ର, ଆର.ଦାମ୍ବିକା ରାଓ, ଆର. ଶ୍ରୀନିବାସ ରାଓ, ଜେ. ସୁଧାକର ରାଓ,କଂଗ୍ରେସ ମଲ୍ଲିକ, ବଳରାମ ମଣ୍ଡଳ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।