Thursday, November 12, 2026
Home ଆଞ୍ଚଳିକ ୧୩୦ ଲିଟର ଦେଶୀ ରନ୍ଧା ମଦ ଜବତ, ୨ ଅଭିଯୁକ୍ତ କୋର୍ଟ ଚାଲାଣ

୧୩୦ ଲିଟର ଦେଶୀ ରନ୍ଧା ମଦ ଜବତ, ୨ ଅଭିଯୁକ୍ତ କୋର୍ଟ ଚାଲାଣ

31

ସାନଖେମୁଣ୍ଡି ୧୭/୦୪(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ କଣ୍ଟାବାଉଁସ ଓ ଢ଼ୀମ୍ବିରାପଲ୍ଲୀ ଗ୍ରାମରେ ଚଢ଼ାଉ କରି ୧୩୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି l ସେମାନେ ହେଲେ କଣ୍ଟାବାଉଁଶ ଗ୍ରାମର ରାଇବାରୀଆ ରଇତ ଓ ଢ଼ୀମ୍ବିରାପଲ୍ଲୀ ଗ୍ରାମର ହାଡୁ ମଲିକ l ପାଟପୁର ଅଞ୍ଚଳରେ ବିପୁଳ ପରିମାଣର ମଦ କାରବାର ଚାଲିଥିବା ସମୟରେ ଅବକାରୀବିଭାଗ ନିରବ ସାଜିଥିବା ସମୟରେ ପାଟପୁର ଥାନା ଅଧିକାରୀ ଅଜୟ କୁମାର ବାରିକଙ୍କ ନେତୃତ୍ବରେ ଏକ ଟିମ ଅଚାନକ ଉକ୍ତ ଗ୍ରାମରେ ଚଢ଼ାଉ କରିଥିଲେ I ରଇବାରୀଆ ଙ୍କ ଠାରୁ ୮୦ ଲିଟର ଓ ହାଡୁ ଙ୍କ ଠାରୁ ୫୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ମଦ ତିଆରି ସାମଗ୍ରୀ ରସ ହଣ୍ଡା ଓ ପ୍ଲାଷ୍ଟିକ ବେରେଲ ଜବତ କରାଯାଇଛି l ଏନେଇ ପାଟପୁର ଥାନାରେ ଦୁଇଟି ପୃଥକ ମାମଲା ନଂ ୭୮/୨୦, ୭୯/୨୦ ରୁଜୁ କରି ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି l

ରିପୋର୍ଟ: ପ୍ରଫୁଲ୍ଲ ସାବତ।