
ବାଲିଗୁଡ଼ା- -କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଯୁଜନତା ଦଳ କାର୍ଯ୍ୟାଳୟ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର 23ତମ ଶ୍ରାଦ୍ଧଦିବସ ନିରଡାମ୍ବର ସହକାରେ ପାଳନ କରା ଯାଇଛି | ବିଜୁ ବାବୁଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପର୍ଣ କରି ସ୍ମୃତି ଚାରଣ କରାଯାଇଥିଲା |ବିଜୁ ବାବୁ ଜଣେ ବିଚକ୍ଷଣ ରାଜନିତିଜ୍ଞ, ଦକ୍ଷ ଶିଳ୍ପପତି, ନିର୍ଭିକ ପାଇଲଟ ଭାବେ ସୁପରିଚିତ। ବିଜୁ ପଟ୍ଟନାୟକ ଜାତୀୟ ସ୍ତରର ଜଣେ ସର୍ବମାନ୍ୟ ନେତା ଓ ଜନନାୟକ। ପ୍ରବାଦପୁରୁଷ ତଥା କଳିଙ୍ଗ ବୀର, ଦ୍ୱିତୀୟ ଖାରବେଳ, ଭୂମିପୁତ୍ର ଆଦି ଅନେକ ବିଶେଷେଣ ରେ ସେ ପରିଚିତ, ଏହି ବିଖ୍ୟାତ ଜନନେତା ମାର୍ଚ୍ଚ ୫ /୧୯୧୬ ମସିହାରେ ଜନ୍ମ ଗ୍ରହଣ କରିଥିଲେ।ଜାତୀୟ ରାଜନୀତି ରେ ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଥିଲେ।ତାଙ୍କ ପ୍ରଚେଷ୍ଟାରେ ଓଡିଶାରେ ପାରାଦୀପ ବନ୍ଦର, ଏକ୍ସପ୍ରେସ୍ର ହାଇୱେ, ମିଗବୀମାନ କାରଖାନା, ସୈନିକ ସ୍କୁଲ ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ, ରାଉଲକେଲା ଇଂଜିନିରିଂ କଲେଜ ଆଦି ଅନେକ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା ତାଙ୍କ ଶାସନ କାଳରେ I ମୋରାର୍ଜୀ ଦେଶାଇ ଙ୍କ ପ୍ରଧାନମନ୍ତ୍ରୀ ତ୍ବ କାଳରେ ସେ ଇସ୍ପାତ ଖଣି ଓ ଲୋଇଲା ମନ୍ତ୍ରୀ ଭାବରେ ଦାଇତ୍ୱ ତୁଲାଇ ଥିଲେ |ଓଡିଶା କୁ ଏକ ସମୃଦ୍ଧ ଓଡିଶା ରୂପେ ଗଢିବା ପାଇଁ ସ୍ବପ୍ନ ଦେଖୁଥିବା ଏହି ଜନନାୟକଙ୍କ ୧୭ଏପ୍ରିଲ ୧୯୯୭ରେ ଦେହାନ୍ତ ହୋଇଥିଲେ ।ଏହି 23ତମ ଶ୍ରାଦ୍ଧ ଦିବସରେ ବାଲିଗୁଡା ବ୍ଲକ ସଭାପତି ତଥା ବିଜେଡି ନେତା ଟୁନା ଦାଶ, NAC ଅଧ୍ୟକ୍ଷ ଲୋକନାଥ ପାଢ଼ୀ,କାଉଂସିଲର ବରଦା ପ୍ରସାଦ ମିଶ୍ର ,ତୁମୁଡ଼ିବନ୍ଧ ବିଜେଡି ବ୍ଲକ ସଭାପତି ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ I
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ



