Thursday, November 12, 2026
Home ଆଞ୍ଚଳିକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି

19

ଆସିକା ୧୭/୦୪ (ଜିଲ୍ଲା ଖବର) : ଆଜି ପ୍ରବାଦ ପୁରୁଷ ତଥା ଆଧୁନିକ ଓଡ଼ିଶାର ନିର୍ମାତା ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ତେଇଶିତମ ତିରୋଧାନ ଦିବସ।ବିଶ୍ବ ମହାମାରୀ କୋରୋନା ପାଇଁ ସମଗ୍ର ଦେଶରେ ଜନସାଧାରଣ ସଚେତନତା ପୂର୍ବକ ଘରେ ରହୁଥିବା ଜଣାପଡିଛି। କିନ୍ତୁ ଏହି ମହାନ ରାଷ୍ଟ୍ର ନାୟକ ତଥା ସ୍ବାଧୀନତା ସଂଗ୍ରାମୀଙ୍କ ତିରୋଧାନ ଦିବସ ସମ୍ପୂର୍ଣ୍ଣ ନିରାଡମ୍ବର ଭାବରେ ପାଳନ କରାଯାଇଛି। ଠିକ୍ ସେହିପରି ପୂର୍ବାହ୍ନ୧୦ଟାରେ ଆସିକା ବିଜୁ ପଟ୍ଟନାୟକ ଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ବାଇଁ। ଉକ୍ତ କାର୍ଯ୍ୟକ୍ରମ ବରିଷ୍ଠ ବିଜେଡି ନେତା ଏମ ତାରିଣୀ ସେନାପତିଙ୍କ ତତ୍ବାବଧାନରେ ପରିଚାଳିତ ହୋଇଥିଲା। ସାମାଜିକ ଦୂରତ୍ବ ରକ୍ଷା କରିବା ସହ ମାସ୍କ ପରିଧାନ ପୂର୍ବକ ବିଜୁବାବୁଙ୍କୁ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି ଅବସରରେ ଆସିକା ନଗର ବିଜେଡି ସଭାପତି ଶ୍ରୀ ସତ୍ୟନାରାୟଣ ନାରାୟଣ ସ୍ବାଇଁ, ଯୁବ ବିଜେଡି ନେତା ନଚିକେତା ସ୍ବାଇଁ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶ୍ରୀ ସୂର୍ଯ୍ୟକାନ୍ତ ପରିଡା, ,ବରିଷ୍ଠ ବିଜେଡି ନେତା ଶ୍ରୀ ଅଭିମନ୍ୟୁ ନାହାକ,ଦିଲିପ କୁମାର ପାଣିଗ୍ରାହୀ, ଶିବ ଶଙ୍କର ମହାନ୍ତି, ମୋହନ ରାୟ, ସରକାରୀ ଓକିଲ ଦ୍ବାରିକା ପରିଡା, ସୁବାସ ମହାନ୍ତି, ପ୍ରଭାତ ପାଢୀ,ସମେତ ବିଜେଡି ଆଇନ ସାମ୍ମୁଖ୍ୟର ଅଧ୍ୟକ୍ଷ ଏନ ଯଜ୍ଞେଶ୍ବର ଆଚାରୀ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ରିପୋର୍ଟ ରତ୍ନାକର ଶିଅ