
ବାଲିଗୁଡ଼ା, (କନ୍ଧମାଳ) ୧୭/୦୪ (ସୁକାନ୍ତ କୁମାର ତ୍ରିପାଠୀ) ; ଫୁଲବାଣୀରେ ରହୁଥିବା ମହେନ୍ଦ୍ର ଟ୍ରାକକ୍ଟେର ଶୋରୁମର ମାଲିକ ପ୍ରଶାନ୍ତ କୁମାର ସ୍ବାଇଁ ବାଲିଗୁଡ଼ା ଏନ୍ଏସିରେ କାର୍ଯ୍ୟରତ ୫୦ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ସଫେଇ କର୍ମଚାରୀଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଛନ୍ତି | କରୋନା ମୁକାବିଲା ପାଇଁ ସାରାଦେଶରେ ଲକ୍ ଡାଉନ୍ ଜାରି କରିଛନ୍ତି ସରକାର ଏହି ଲକ୍ ଡାଉନ୍ ଯୋଗୁଁ ଅନେକ ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ପରିସ୍ଥିତିରେ ଅସହାୟ ଗରିବ ଲୋକଙ୍କୁ ସହାୟତାର ହାତ ବଢ଼ାଉଛନ୍ତି ପ୍ରଶାନ୍ତ କୁମାର ସ୍ୱାଇଁ , ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଥବାବେଳେ ଜରୁରୀ କାଳୀନ ସେବା ଯୋଗାଇବାକୁ ନିଜ ଜୀବନକୁ ବାଜି ଲଗାଇ କରୋନା ଯୁଦ୍ଧରେ ସାମିଲ ହୋଇଛନ୍ତି ଡାକ୍ତର,ନର୍ସ,ପାରା ମେଡିକାଲ୍ ଷ୍ଟାଫ୍, ପୋଲିସ୍, ଗଣମାଧ୍ୟମ ପ୍ରତିନିଧି ଓ ସଫେଇ କର୍ମଚାରୀ । ବର୍ତ୍ତମାନ ପରିସ୍ଥିତିରେ ଅସହାୟ ଗରିବ ଲୋକଙ୍କୁ ସହାୟତା କରିବାକୁ ଆଗଭରା ହୋଇଛନ୍ତି ପ୍ରଶାନ୍ତ, ବାଲିଗୁଡ଼ା ଏନ୍ଏସିର ସଫେଇ କର୍ମଚାରୀ ମାନେ ଗଳିକନ୍ଦି ବୁଲି ନିଜ ଜୀବନକୁ ବାଜି ଲଗାଇ ସହରକୁ ପରିସ୍କାର ପରିଛନ ରଖୁଛନ୍ତି । ଏହି ମହାନ ବ୍ୟାକ୍ତି ଏନ୍ଏସିରର ସୁଇପର ମାନଙ୍କୁ ଉତ୍ତରୀୟ ଗୋଟିଏ ଲେଖାଏଁ ପ୍ରଦାନ କରିଛନ୍ତି, ପ୍ରତ୍ୟେକ ଲୋକ ଏହି ମହାନ ବ୍ୟକ୍ତି ଙ୍କୁ ସଂମାନ ଜଣାଇବା ଆବଶ୍ୟକ ବୋଲି କହିଛନ୍ତି ବାଲିଗୁଡ଼ା ଏନ୍ଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ ।





