


ବାଲିଗୁଡା,(କନ୍ଧମାଳ) ୧୬/୦୪ (ସୁକାନ୍ତ କୁମାର ତ୍ରିପାଠୀ) ; କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକର ବାରଖମାରେ ସିଆରପିଏଫ ୧୨୭ ବାଟାଲିୟନ ପକ୍ଷରୁ ସାନିଟାଇଜର ଓ ରୋଗ ପ୍ରତଷେଧକ ଶକ୍ତି ବୃଦ୍ଧି କାରକ ଟନିକ୍ ଓ ଅନ୍ୟାନ୍ୟ ଔଷଧ ବଣ୍ଟନ କାର୍ଯ୍ୟକ୍ରମ କରିଛନ୍ତି। ଏହି ଶିବିରରେ ଆଜି ଆଧାର କାର୍ଡ ଜରିଆରେ ଲୋକଙ୍କୁ ସାମାଜିକ ଦୂରତା ନିୟମ ଅନୁଯାୟୀ ସାନିଟାଇଜର, ଗ୍ଲୋବ୍ସ, ମାସ୍କ, ଟନିକ ଆଦି ସାମଗ୍ରୀ ବଣ୍ଟାଯାଉଛି । ବର୍ତ୍ତମାନ ସାରା ଦେଶରେ କରୋନା ମୁକାବିଲା ନେଇ ସରକାରଙ୍କ ପକ୍ଷରୁ ଲକ୍ ଡାଉନ୍ ଜାରି ହୋଇଛି । “କରୋନା ହାରିବ ଦେଶ ଜିତିବ” ଏହି ନାରା ଦେଇ ଜନ ସାଧାରଣଙ୍କୁ ସଚେତନ କରାଇବା ସହ କିଭଳି ସଂକ୍ରମଣ ରୋକାଯାଇ ପାରିବ ସେନେଇ ଜନସାଧାରଣଙ୍କୁ ସଚେତନ କରାଯାଉଥିବା ଦେଖିବାକୁ ମିଳିଛି। ଉପକୃତ ହେଉଥିବା ସାଧାରଣ ଜନତା ଅତ୍ୟନ୍ତ ଖୁସୀ ହେବା ସହିତ ସୁରକ୍ଷା ବାହିନୀଙ୍କ ଏତାଦୃଶ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି। ସେମାନଙ୍କ ମଧ୍ୟରେ ଶ୍ରୀ ରାମ ଦିଗାଲ ଓ ଆଦମ୍ ଦିଗାଲ ସିଆରପିଏଫ ମାନଙ୍କର କାର୍ଯ୍ୟକ୍ରମ ନିମନ୍ତେ ସେମାନଙ୍କୁ ଧନ୍ୟବାଦ୍ ଦେଇଛନ୍ତି। କମାଣ୍ଡାଣ୍ଟ ଜି.ରାମ୍ କୁମାରଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ଜଣାପଡ଼ିଛି।





