Thursday, November 12, 2026
Home ଆଞ୍ଚଳିକ ତହସିଲଦାର ଏବେ ଆକ୍ସନ ମୁଡ଼ ରେ

ତହସିଲଦାର ଏବେ ଆକ୍ସନ ମୁଡ଼ ରେ

28

ହିଞ୍ଜିଳିକାଟୁ ୧୬/୦୪ (ଜିଲ୍ଲା ଖବର) : ସାରା ଦେଶରେ କରୋନା ର କାୟା ବିସ୍ତାର ହେବାରେ ଲାଗିଛି Iଏହାକୁ ଦୃଷ୍ଟିରେ ରଖି ଗଂଜାମ ଜିଲ୍ଲା ପ୍ରଶାସନ ମେ ୩ ଯାଏଁ ଲକ ଡାଉନ ର ଅବଧି ବୃଦ୍ଧି କରିସାରିଛନ୍ତି Iଏଥି ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ମଦ ଦୋକାନକୁ ସମ୍ପୂର୍ଣ ସିଲ କରିଦିଆଯାଇଥିବା ବେଳେ କେତେକ ଗ୍ରାମରେ ବେପାରରେ ମାତିଛନ୍ତି ଚୋରା ମଦ ବେପାରୀ I ଏହା ସହିତ ଲକ ଡାଉନ କୁ ନେଇ କେତେକ ଗ୍ରାମବାସୀ ସଚେତନ ହୋଇନଥିବାର ଖବର ପାଇଁ ମଇଦାନକୁ ଓଲ୍ହାଇ ଫୁଲ ଆକ୍ସନ ମୁଡ଼ ରେ ବର୍ତମାନ ହିଞ୍ଜିଳି ତହସିଲଦାର I ଗୋପୀନାଥ କୁଅଁର ଓ ତାଙ୍କ ସହଯୋଗୀ ସମ୍ପୂର୍ଣ ଟିମ କୌଣସି ସମୟରେ ଗଛିତ ରଖିବା ଖବର ପାଇବାମାତ୍ରେ ତହସିଲଦାର ଙ୍କ ଦ୍ୱାରା ଗଠିତ ସମ୍ପୂର୍ଣ ଟିମ ଯାଇ ଯାଞ୍ଚ କରି ବର୍ତମାନ ଚର୍ଚ୍ଚା ରେ ହିଞ୍ଜିଳି ତହସିଲଦାର Iବର୍ତମାନ ସମୟରେ ଚୋରା ମଦ ବ୍ୟବସାୟ କରୁଥିବା ବେପାରୀ ମାନଙ୍କ ନିଦ ହଜେଇ ଦେଲେନି ହିଞ୍ଜିଳି ତହସିଲଦାର Iଏଥି ସହିତ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମକୁ ଯାଇ ସେହି ଗ୍ରାମରେ ଥିବା ଗରିବ ମାନଙ୍କୁ ଦେଖାଶୁଣା କରିଥିବାର ଗ୍ରାମରେ ଚର୍ଚ୍ଚା ର ବିଷୟ ପାଲଟିଛି Iହିଞ୍ଜିଳି ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମକୁ ଯାଇ ପେଡ଼ି ପେଡ଼ି ମଦ ଜବତ କରିଛନ୍ତି ତହସିଲଦାର Iକରୋନା ସହିତ ଲଢେଇ କରି ଏହି ଭଳି ସମୟରେ ଚୋରା ମଦ ବେପାର କୁ ରୋକିବା ପାଇଁ ପ୍ରୟାସ ଜାରି ରଖିଥିବାରୁ ହିଞ୍ଜିଳି ବ୍ଲକ ବାସୀ ସ୍ଥାନୀୟ ତହସିଲଦାର ଙ୍କୁ ସାବାସ ଜଣାଇଛନ୍ତି I
ରିପୋର୍ଟ ପ୍ରଶାନ୍ତ କୁମାର ରଣା