ପାମୋଲିନ୍ ତେଲ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ

87
ପାମୋଲିନ୍ ତେଲ ବୋଝେଇ ଟ୍ରକ ଦୁର୍ଘଟଣା

ବାଲିଗୁଡା, (କନ୍ଧମାଳ) ୧୬/୪ (ସୁକାନ୍ତ କୁମାର ତ୍ରିପାଠୀ) : ତାମିଲନାଡୁରୁ ପାମୋଲିନ୍ ତେଲ ବୋଝେଇ ଆସୁଥିବା ଟିଏନ ୫୨ ଏଫ ୭୩୮୪ ମାଲ୍ ପରିବାହି ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ଡ୍ରାଇଭର ଜଣକ ବହୁତ କ୍ଷତାକ୍ତ ଆହତ ହୋଇଥିବା ତାଙ୍କର ଡାହାଣ ଗୋଡ଼ ଭାଙ୍ଗିଥିବାର ଜଣାଯାଇଛି । ଗାଡିଟି ତାମିଲନାଡୁରୁରୁ ପାମୋଲିନ୍ ତେଲ ବୋଝେଇ କରି ବାଲିଗୁଡା ଅଭିମୁଖେ ଯାଉଥିବା ବେଳେ ବୁଡୁଲିପଦର ଘାଟିରେ ଓଲଟି ପଡିଥିଲା I ଦୁର୍ଘଟଣା ସ୍ଥଳରେ ଠିକ୍ ସମୟରେ ତୁମୁଡ଼ିବନ୍ଧ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଘଟଣା ସ୍ଥଳରେ ତୁମୁଡ଼ିବନ୍ଧ ବିଡ଼ିଓ ଶ୍ରୀ ଅଗଷ୍ଟିନ ପ୍ରଧାନ, ତହସିଲଦାର ଶ୍ରୀ ଚନ୍ଦ୍ରକାନ୍ତ ନାୟକ, ତୁମୁଡ଼ିବନ୍ଧ ଆଇଆଇସି ଓ ପୋଲିସ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ପୁଣି କୁର୍ତ୍ତମ୍ଗଡର ସମାଜସେବୀ ଶ୍ରୀ ଲିଙ୍ଗରାଜ ପ୍ରଧାନ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ସାହାଯ୍ୟ କରିଥିଲେ। ଏବଂ ତାଙ୍କୁ ମୁମୂର୍ଶୁ ଅବସ୍ଥାରେ ତୁମୁଡ଼ିବନ୍ଧ ହସ୍ପିଟାଲ ନିଆଯାଇଥିଲା ।