Sunday, October 11, 2026
Home ଆଞ୍ଚଳିକ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଚାନକ ଗହୀରାପଲ୍ଲି ଚେକ୍ ଗେଟ୍ ପରିଦର୍ଶନ

ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଚାନକ ଗହୀରାପଲ୍ଲି ଚେକ୍ ଗେଟ୍ ପରିଦର୍ଶନ

181
Image for representational purpose only

ଛତ୍ରପୁର, ୧୬/୦୪ : ଗଞ୍ଜାମର ପଡୋଶୀ  ଖୋର୍ଦ୍ଧା ଜିଲ୍ଲାରେ କରୋନା ରାଜ କରୁଥିବାରୁ ଏହାର ଗଞ୍ଜାମକୁ ଅନୁପ୍ରବେଶ ରୋକିବାପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଚାନକ ଗହୀରାପଲ୍ଲି ଚେକ୍ ଗେଟ୍ ପରିଦର୍ଶନ କରିଛନ୍ତି  । ରାସ୍ତା ଉପରେ ଜିଲ୍ଲାପାଳଙ୍କୁ ଦେଖି ମଟରସାଇକେଲରେ ଆସୁଥିବା କେତେକ କର୍ମଚାରୀ ଭୟରେ ଦିଗ ବଦଳାଇ ପୁଣି ଭୁବନେଶ୍ବର ଆଡକୁ ଫେରିଯାଇଛନ୍ତି  । ସବୁ କଟକଣା ସତ୍ତ୍ବେ ଭୁବନେଶ୍ବରରୁ ଗଞ୍ଜାମ ଯା ଆସ ନିୟନ୍ତ୍ରୀତ ହୋଇପାରିଲା ନାହିଁ  । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ୧୬ ନଂ ଜାତୀୟ ରାଜପଥ ଲଙ୍ଗଳେଶ୍ବର ନିକଟସ୍ଥ ଗହୀରାପଲ୍ଲୀ ଚେକ୍ ଗେଟ୍ ଠାରେ ପୋଲିସ୍ ତନଖି ଫାଟକ ଖୋଲାଯାଇଛି  । ଭୁବନେଶ୍ବରରୁ ଗଞ୍ଜାମ ଆସୁଥିବା ଯାନବାହନ ଗୁଡିକର ନମ୍ବର, ଯାତ୍ରୀଙ୍କ ସଂଖ୍ୟା, ଯାତ୍ରାର ଉଦ୍ଦେଶ୍ୟ ଏବଂ ମୋବାଇଲ୍ ନମ୍ବର ପଞ୍ଜିକରଣ କରାଯାଉଛି  । ସେହିପରି ଗଞ୍ଜାମରୁ ଭୁବନେଶ୍ବର ଯାଉଥିବା ଯାନ ଗୁଡିକର ମଧ୍ୟ ଅନୁରୂପ ପଞ୍ଜିକୃତ ହେଉଛି । ବିଶେଷକରି ଭୁବନେଶ୍ବରରୁ ଆସୁଥିବା .ଯାତ୍ରୀ ମାନଙ୍କ ଦ୍ବାରା କରୋନା ଗଞ୍ଜାମରେ ପ୍ରବେଶ କରିବା ସମ୍ଭାବନା ଥିବାରୁ ଏହାକୁ ଅଧିକ ସମ୍ବେଦନଶୀଳ ତନଖି ଫାଟକ ଭାବରେ ବିବେଚନା କରାଯାଉଛି  । ଗତିବିଧି ନିରୀକ୍ଷଣପାଇଁ ଜିଲ୍ଲାପାଳଙ୍କ ସହିତ ଛତ୍ରପୁର ଉପଜିଲ୍ଲାପାଳ ପ୍ରୀୟ ରଞ୍ଜନ ପୃଷ୍ଟି, ଖଲ୍ଲିକୋଟ ବ୍ଲକ୍ ଉନ୍ନୟନ ଅଧିକାରୀ ନବକୃଷ୍ଣ ଜେନା ଏବଂ ତହସିଲଦାର ଚକ୍ରଧର ପାଢୀ  ମଧ୍ୟ ଏଥିରେ ସାମିଲ ହୋଇଥିଲେ  । ଗଞ୍ଜାମରେ ଅତି ଜରୁରୀ କାର୍ଯ୍ୟ ନଥିଲେ, ଯେ କୌଣସି ବ୍ୟକ୍ତି ବିଶେଷଙ୍କୁ ଏଠାରୁ ପ୍ରତ୍ୟାବର୍ତ୍ତନ କରାଇଦେବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି  । ସେହିପରି ଗଞ୍ଜାମ ଜିଲ୍ଲାକୁ ଜାତୀୟ ରାଜପଥରୁ ଅନ୍ୟ ଏକ ଗଳାବାଟଥିବା କହ୍ନେଇପୁର ଛକରେ ମଧ୍ୟ ବାଉଁଶବାଡ କରାଯାଇଛି  । ଏଠାରେ ପୋଲିସ୍ ପହରା ଜୋରଦାର ହୋଇଛି  । ବିନା କାରଣରେ କୌଣସି ବ୍ୟକ୍ତିଙ୍କୁ ଏଠାରୁ ଜିଲ୍ଲା ମଧ୍ୟକୁ ଛଡାଯିବ ନାହିଁ  । ଉଭୟ ସ୍ଥାନରେ ପୋଲିସ୍ କୁ ସହାୟତା କରିବାପାଇଁ ଅନ୍ୟ ବିଭାଗୀୟ କର୍ମଚାରୀ ମାନେ ୨୪ ଘଣ୍ଟା ଡେରା ପକାଇବେ  । ଖଲ୍ଲିକୋଟ ଅତିରିକ୍ତ ତହସିଲଦାର ଜ୍ୟୋତି ଦାଶଙ୍କୁ ଉଭୟ ସ୍ଥାନର ମାଜିଷ୍ଟ୍ରେଟ୍ ଦାୟୀତ୍ବ ଦିଆଯାଇଛି  । ବାବୁମାନଙ୍କ ଗତିବିଧି ଉପରେ କଡା ନଜର ରଖିବାକୁ ଜିଲ୍ଲାପାଳ ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  ।

ସ୍ରୋତ: ଆଇ.ଏଣ୍ଡ.ପି.ଆର