Wednesday, November 11, 2026
Home ଆଞ୍ଚଳିକ କରୋନା ମୁକାବିଲା ପାଇଁ ଆଶା ଦିଦିଙ୍କ ଆର୍ଥିକ ସହାୟତା

କରୋନା ମୁକାବିଲା ପାଇଁ ଆଶା ଦିଦିଙ୍କ ଆର୍ଥିକ ସହାୟତା

256

ବୈପାରିଗୁଡ଼ା ୧୬/୦୪ (ଜିଲ୍ଲା ଖବର) : ବିଶ୍ୱବ୍ୟାପୀ କରୋନା ଭୂତାଣୁର ପ୍ରକୋପ ଜାରି ଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ସରକାର ଦେଶକୁ ଲକ ଡାଉନ ଘୋଷଣା କରିଛନ୍ତି ।ଏହି ବିପଦର ମୁକାବିଲା ପାଇଁ ସର୍ବାଗ୍ରେ ରହିଥିବା ଯୋଦ୍ଧା ମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ ଅଧିନସ୍ଥ କାର୍ଯ୍ୟରତ ‘ଆଶା’ କର୍ମୀ ମାନେ ଅନ୍ୟତମ ।ତେବେ ଏହି ସଙ୍କଟଜନକ ପରିସ୍ଥିତିରେ ନିଜ ଓ ପରିବାରର ଦାୟିତ୍ୱକୁ ଦ୍ୱିତୀୟ ସ୍ଥାନରେ ରଖି ଆଗେଇ ଆସିଥିବା ଏହି ଆଶା କର୍ମୀ ମାନେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୧ହଜାର ଟଙ୍କା ଦାନ କରିଛନ୍ତି ।କୋରାପୁଟ ଜିଲ୍ଲାର ସମସ୍ତ ବ୍ଲକର ଆଶା କର୍ମୀ ମାନେ ମିଳିତ ଭାବେ ଏହି ନିଷ୍ପତ୍ତି ନେଇଥିବା ସଂଘର ସଭାପତି ପ୍ରଣତି ଗରଡ଼ା ପ୍ରକାଶ କରିଛନ୍ତି ।ସେମାନଙ୍କର ପାରିଶ୍ରମିକରୁ ଚାନ୍ଦା କରି ଏହି ସହାୟତା ରାଶି ସଂଗ୍ରହ କରିଛନ୍ତି । ସେମାନେ ସହାୟତା ରାଶି ଚେକକୁ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କୁ ପ୍ରଦାନ କରିଛନ୍ତି ।କୋରାପୁଟ ଜିଲ୍ଲା ଆଶା ସଂଘ ତରଫରୁ ରାଜ୍ୟ ସଭାପତି କମଳା ବେହେରା,କୋରାପୁଟ ଜିଲ୍ଲା ସଭାପତି ପ୍ରଣତି ଗରଡ଼ା, ସମ୍ପାଦିକା ଭବାନୀ ପୂଜାରୀ,ହେମ ନାୟକଙ୍କ ସମେତ ଅନ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ ।ନିଜର ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଥିବା ଏହି ଆଶା ମାନେ କରୋନା ମୁକାବିଲା ପାଇଁ ପାଣ୍ଠି ଦାନ କରି ମାନବିକତା କ୍ଷେତ୍ରରେ ଏକ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି ।ଆଶା ଦିଦି ମାନଙ୍କର ଏହି କାର୍ଯ୍ୟକୁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି ।
ରିପୋର୍ଟ ସରୋଜ କୁମାର ଲେଙ୍କା ।