
ଆସିକା ୧୬/୦୪ (ଜିଲ୍ଲା ଖବର) : କରୋନା ସମଗ୍ର ବିଶ୍ବରେ ଚିନ୍ତାର ବିଷୟ ପାଲଟିଥିବା ବେଳେ ଆସିକା ବ୍ଳକ ଅନ୍ତର୍ଗତ ଖାରିଆ ଗ୍ରାମପଞ୍ଚାୟତ ଠାରେ ନିର୍ମାଣ ଶ୍ରମିକ ଓ ରାସନକାର୍ଡଧାରୀଙ୍କୁ ସହାୟତା ପ୍ରଦାନ।ସାମ୍ପ୍ରତିକ ସ୍ଥିତିରେ ଅସହାୟ ଓ ଶ୍ରମିକ ମାନଙ୍କ ଅବସ୍ଥା ଦୀର୍ଘ ଦିନର ଲକ ଡାଉନ ଫଳରେ ଶୋଚନୀୟ ହେବା ଏକ ସ୍ବଭାବିକ କଥା ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ ବିଦ୍ଧିବଦ୍ଧ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମସ୍ତ ନିର୍ମାଣ ଶ୍ରମିକ ମାନଙ୍କୁ ପଦରଶହ ଟଙ୍କା ପ୍ରଦାନ କରିବା ସହ ରାସନ କାର୍ଡ ଧାରୀଙ୍କୁ ଏକ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଆସିକା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ବାଇଁଙ୍କ ଉପସ୍ଥିତିରେ ବଣ୍ଟନ କରାଯାଇଅଛି। ଫଳରେ ଜନସାଧାରଣ ଉପକୃତ ହେବା ସହ କରୋନା କବଳରୁ ମୁକ୍ତି ପାଇବା ନିମନ୍ତେ ସଚେତନତା ପୂର୍ବକ ଘରେ ରହୁଥିବା ଜଣାପଡିଛି।ଉକ୍ତ କାର୍ଯ୍ୟକ୍ରମରେ ଖାରିଆ ସରପଞ୍ଚ ଶ୍ରୀ ଅରବିନ୍ଦ ଲେଙ୍କା, ପଞ୍ଚାୟତ ନିର୍ବାହୀ ଅଧିକାରୀ କାମିନି ନାହାକ, ଯୁବ ସମାଜ ସେବୀ ଆଶିଷ ଜେନା, ସାଗର ପାତ୍ର,ଶ୍ଵେତ ବସନ୍ତ ଲେଙ୍କା ଏବଂ ଗ୍ରାମର କିଛି ସ୍ବେଛାସେବୀ ଉପସ୍ଥିତ ରହି ସାମାଜିକ ଦୂରତ୍ବ ରକ୍ଷା ପୂର୍ବକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ରିପୋର୍ଟ ରତ୍ନାକର ଶିଅ ।


