ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ଇଏସଆଇସି ମଧ୍ୟରେ ବୁଝାମଣା

31

ନୂଆଦିଲ୍ଲୀ : ଏଣିକି କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି)ର ହିତାଧିକାରୀମାନଙ୍କୁ ସେମାନଙ୍କ ବ୍ୟାଙ୍କ ଖାତାରେ ଇ-ପେମେଣ୍ଟ ଜରିଆରେ ସିଧାସଳଖ ଅର୍ଥ ପଇଠ କରାଯିବ । ଫଳରେ କୌଣସି ବ୍ୟକ୍ତିଗତ ହସ୍ତକ୍ଷେପର ଆବଶ୍ୟକତା ରହିବ ନାହିଁ ଏବଂ ସମ୍ପୂର୍ଣ୍ଣ ପ୍ରକ୍ରିୟା ସମନ୍ୱିତ ଏସଂ ସ୍ୱୟଂକ୍ରିୟ ପଦ୍ଧତିରେ ହେବ । ଏପରି ଏକ ବ୍ୟବସ୍ଥା ଲାଗି ଇଏସଆଇସି ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି । ଭାରତୀୟ ଷ୍ଟେଟବ୍ୟାଙ୍କ ନିଜର କ୍ୟାସ ମ୍ୟାନେଜମେଂଟ ପ୍ରଡକ୍ଟ (ସିଏମପି) ଇ-ପେମେଣ୍ଟ ପ୍ରଯୁକ୍ତି ବ୍ୟବସ୍ଥା ଜରିଆରେ ଇଏସଆଇସିର ଉଦ୍ୟୋଗୀ ସମ୍ବଳ ଯୋଜନା (ଇଆରପି) ପ୍ରକ୍ରିୟା ସହ ଇ-ପେମେଣ୍ଟ ସଂଯୋଗ ବ୍ୟବସ୍ଥାକୁ ଯୋଡ଼ିବ ।

ଇ-ପେମେଣ୍ଟ ବ୍ୟବସ୍ଥା ସଂଯୋଗ ହେବା ଫଳରେ ଇଏସଆଇସି ହିତାଧିକାରୀ ଓ ଅନ୍ୟ ପ୍ରାପକମାନଙ୍କୁ ବୈଧାନିକ ଅର୍ଥ ପଇଠର ଲାଭ ମିଳିପାରିବ । ଫଳରେ କମ ସମୟ ମଧ୍ୟରେ ସେମାନେ ଅର୍ଥ ପାଇପାରିବେ । ଏହା ଡାଟା ଏଣ୍ଟ୍ରି କାରଣରୁ ହେଉଥିବା ତ୍ରୁଟିବିଚ୍ୟୁତିକୁ ଦୂର କରିବ । ନୂଆ ବ୍ୟବସ୍ଥା ଦ୍ୱାରା ଇଏସଆଇସିର ସମସ୍ତ ଅଂଶୀଦାର ଲାଭବାନ ହୋଇପାରିବେ । ଇଏସଆଇସି ମହାନିର୍ଦ୍ଦେଶକ ଶ୍ରୀ ରାଜକୁମାର ଏବଂ ଭାରତୀୟ ଷ୍ଟେଟବ୍ୟାଙ୍କର ଡିଜିଏମ ସୁନୀଲ ୱାଧେରାଙ୍କ ଉପସ୍ଥିତିରେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଥିଲା ।

(ସ୍ରୋତ_ପିଆବି)