ବିଦ୍ୟୁତ ଆଘାତରେ ୩ ମୃତ

34

କୁକୁଡାଖଣ୍ଡି,୨୧/୭ (ଜିଲ୍ଲା ଖବର) :ସଦର ଥାନା ଅନ୍ତର୍ଗତ ଅଳକାପୁରୀ ଓ ଜଗଦଳପୁର ଗ୍ରାମରେ ବିଦ୍ୟୁତ ଆଘାତରେ ୩ ଜଣ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଜଗଦଳପୁର ଗ୍ରାମର ସନ୍ତୋଷୀ ନଗରର ରଙ୍କସେଠୀ ଙ୍କ ପୁଅ କାଳୀଆ ସେଠୀ (୩୦)ଘରେ ଶୋଇଥିବା ବେଳେ ନିକଟରେ ଲାଗିଥିବା ଷ୍ଟେଣ୍ଡ ଫ୍ୟାନରେ ଅସାବଧାନତାରେ ହାତ ବାଜିଯାଇଥିଲା ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା ।ଘଟଣାସ୍ଥଳରେ ନିମଖଣ୍ଡି ଫାଣ୍ଡି ଅଧିକାରୀ ପ୍ରଫୁଲ ଶତପଥୀ ପହଞି ଶବ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନା ପଠାଇଥିଲେ । ଏନେଇ ୨୭/୧୯ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ସେହିପରି ଅଳକାପୁରୀ ଠାରେ ଏକ ନବନିମିତ କୋଠା ନିକଟରେ ଥିବା ୧୧କେଭି ଲାଇନ ଲାଗି ଘର ମାଲିକଙ୍କ ସହ କାଯ୍ୟରତ ମିସ୍ତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ହେଲେ ଘରମାଲିକ ଶରତଚନ୍ଦ୍ର ବେହେରା,ମୀସ୍ତୀ ଗୋଷାଣୀ ନୂଆଗାଁର ଅରୁଣ ସାବତ। ନବନିମିତ ଘରର ସେଣ୍ଟ୍ରିଂ ବାହାର କରୁଥିବା ସମୟରେ ଘର ନିକଟରେ ଥିବା ୧୧କେଭି ତାରରେ ଘରର ଏକ ଲୁହା ଖାଡି ଲାଗିଯାଇଥିଲା ,ଅଜାଣତରେ କାଯ୍ୟରତ ମୀସ୍ତୀଙ୍କ ହାତ ଲୁହାଛଡକୁ ଲାଗିଯିବାରୁ ଘରମାଲିକ ତାଙ୍କ ବଞାଇବାକୁ ଝିକିବାରୁ ସେ ମଧ୍ୟ ବିଦ୍ୟୁତ ସହ ଲାଗିଯିବାରୁ ଉଭୟଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଖବରପାଇ ସଦରଥାନା ଅଧିକାରୀ ଭାବାନନ୍ଦପ୍ରଧାନ ପହଞି ଶବ ବ୍ୟବଛେଦ ନିମନ୍ତେ ପଠାଇଥିଲେ । ଏନେଇ ୨୬/୧୯ ରେ ଏକ ମାମାଲା ରୁଜୁ ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।