
ବାଲିଗୁଡା,୧୪/୦୪ (ସୁକାନ୍ତ କୁମାର ତ୍ରିପାଠୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀର ଜିଏନ୍ଏମ୍ ସେଣ୍ଟର ଠାରେ କୋଭିଡ୍ ୧୯ ହସ୍ପିଟାଲ ଶୁଭାରମ୍ଭ ହୋଇଯାଇଛି I ଏଥିରେ ଜିଲାପାଳ ଡା. ବୃନ୍ଦା ଡି, ଏସ୍ପି ପ୍ରତିକ ସିଂ, ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ଆଇଏଏସ୍ ପ୍ରେବେଶନର ଡା.ଶୁଭଙ୍କର ମହାପାତ୍ର, ଜିଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ବାସ୍ଥ୍ୟ ଅଧିକାରୀ ଡା ରାଜ୍ୟଶ୍ରୀ ପଟ୍ଟନାୟକ, ଏମ୍ପି ପ୍ରତିନିଧି ଦେବେନ୍ଦ୍ର କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ ଓ ଜିଏନ୍ଏମ୍ କଲେଜ ପରିସରରେ ଖୋଲିଥିବା ଏହି ହସ୍ପିଟାଲରେ ୧୫୦ ଶଯ୍ୟା ଏବଂ ୧୦ଟି ଆଇସିୟୁର ବ୍ୟବସ୍ଥା କରାଯାଇଛି। କିମ୍ସ ଏହି ହସ୍ପିଟାଲର ପରିଚାଳନା ଦାୟିତ୍ୱ ନେଇଛି ଓ କିମ୍ସର ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ବାୟୋମେଡିକାଲ ଇଞ୍ଜିନିୟର, ଇଲେକ୍ଟ୍ରିକାଲ ଇଞ୍ଜିନିୟର, ହାଉସକିପିଂ ଏବଂ ଅନ୍ୟ କର୍ମଚାରୀଙ୍କୁ ମିଶାଇ ୫୦ରୁ ୬୦ ଜଣ ଏଥିରେ କାମ କରିବେ। ଏଥିରେ କନ୍ଧମାଳ ଜିଲ୍ଲାର ସମସ୍ତ ଜନସାଧାରଣ ଉପକୃତ ହୋଇପାରିବେ I






