
ବୈପାରିଗୁଡ଼ା ୧୪/୦୪ (ଜିଲ୍ଲା ଖବର) : କୋରାପୁଟ ଜିଲ୍ଲାର ବୈପାରିଗୁଡ଼ାରେ ନୂତନ ଥାନା ଅଧିକାରୀ ଭାବେ ପୋଲିସ ବିଭାଗର ଜଣେ ଡ଼ିଏସପି ରେଙ୍କର ଅଧିକାରୀ ଶ୍ରୀ ଅଂଶୁମାନ ଦ୍ବିବେଦୀ ଦାଇତ୍ୱ ଗ୍ରହଣ କରିଛନ୍ତି ।ବୈପାରିଗୁଡ଼ା ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁଙ୍କ ଠାରୁ ସେ ସମସ୍ତ ଦାଇତ୍ୱ ଗ୍ରହଣ କରିଛନ୍ତି ।ଶ୍ରୀ ଦ୍ବିବେଦୀ ଏହି ଦାଇତ୍ୱକୁ ୩ମାସ ପର୍ଯ୍ୟନ୍ତ ସ୍ବାଧୀନ ଭାବେ ତୁଲାଇବେ ବୋଲି ଜଣାପଡ଼ିଛି ।ବୈପାରିଗୁଡ଼ାରେ ଘଟୁଥିବା ଅପରାଧିକ ମାମଲା କୁ ହ୍ରାସ କରିବା ଦିଗରେ କାର୍ଯ୍ୟ କରିବେ ବୋଲି ଶ୍ରୀ ଦ୍ବିବେଦୀ ପ୍ରକାଶ କରିଛନ୍ତି ।ଏହା ପୂର୍ବରୁ ସେ ବୈପାରିଗୁଡ଼ାରେ ୧୪ ଦିନର ତାଲିମ ପାଇଁ ଆସିଥିବା ସମୟରେ ଚୋରା ମଦ କାରବାର ରୋକିବାରେ ସଫଳ ହୋଇଛନ୍ତି ।
ରିପୋର୍ଟ – ସରୋଜ କୁମାର ଲେଙ୍କା



