
ହିଞ୍ଜିଳିକାଟୁ ୧୪/୦୪ (ଜିଲ୍ଲା ଖବର) : ସମଗ୍ର ବିଶ୍ୱରେ କୋରନI ବିଶ୍ୱବାସୀଙ୍କୁ ଚକିତ କରିଦେଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ସମ୍ପୂର୍ଣ ଭାରତ କୁ ଲକ ଡାଉନ ଘୋଷଣା କରିଛନ୍ତି Iଏହି ସମୟରେ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମରେ ପ୍ରିୟଦର୍ଶନୀ ଯୁବକ ସଙ୍ଘ ତରଫରୁ ଗ୍ରାମର ପ୍ରତ୍ୟକ ଘରକୁ ଘର ବୁଲି ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇଛି Iଏହା ସହିତ ଗ୍ରାମରେ ସମସ୍ତଙ୍କୁ କୋରନI ପାଇଁ ସଚେତନ କରିବାସହିତ ମାସ୍କ ପିନ୍ଧିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ I କାର୍ଯ୍ୟରେ ପ୍ରମୁଖ ପି କୁରମୟୀଙ୍କ ସମେତ ଭାଣ୍ଡି ଚନ୍ଦ୍ରମଣି,ଶ୍ରୀକାନ୍ତ ଏବଂ ଚିଣ୍ଟୁ ଉକ୍ତ କାର୍ଯ୍ୟରେ ସହଯୋଗର ହତବଢ଼ାଇଥିଲେ Iଏହି ଭଳି କାର୍ଯ୍ୟ କୁ ଦେଖି ଗ୍ରାମବାସୀଙ୍କ ମୁହଁରୁ ପ୍ରଶଂସା ର ସୁଅ ଛୁଟିବା ସହିତ ବଡ଼ଖଣ୍ଡି ପଂଚାୟତ ପାଇଁ ଉଦାହରଣ ପାଲଟିଛନ୍ତି I
ରିପୋର୍ଟ ପ୍ରଶାନ୍ତ କୁମାର ରଣା



