Home ଆଞ୍ଚଳିକ ବାଲିଗୁଡା ପୋଲିସର ନୂଆ ପଦକ୍ଷେପ: ଅଟୋକୁ ସ୍ବାସ୍ଥ୍ୟ ଭିତିକ ଜରୁରୀ କାଳୀନ ସେବାରେ ମୁତୟନ

ବାଲିଗୁଡା ପୋଲିସର ନୂଆ ପଦକ୍ଷେପ: ଅଟୋକୁ ସ୍ବାସ୍ଥ୍ୟ ଭିତିକ ଜରୁରୀ କାଳୀନ ସେବାରେ ମୁତୟନ

134

ବାଲିଗୁଡା,(କନ୍ଧମାଳ) (ସୁକାନ୍ତ କୁମାର ତ୍ରିପାଠୀ): କରୋନା ଯୋଗୁ ସାରା ରାଜ୍ୟରେ ଲକ ଡାଉନ ଜାରି ହୋଇ ଥିଵା ବେଳେ ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ ଏବଂ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ପ୍ରଶାନ୍ତ କୁମାର ବେହେରା ଏବଂ ବାଲିଗୁଡା ଅଟୋ ମହାସଂଘ ସହ ମିଳିତ ଆଲୋଚନା କରି 10 ଟି ଅଟୋକୁ ସ୍ବାସ୍ଥ୍ୟ ଭିତିକ ଜରୁରୀ କାଳୀନ ସେବାରେ ମୁତୟନ କରାଯାଇଛି | ଏହି 10 ଟି ଅଟୋ ଆଗରେ ଅନୁମତି ପତ୍ର (Medical Emergency)ସହ ମେଡିକାଲ ଆଗରେ ରହିବାର ଦେଖିବାକୁ ମିଳୁଛି | ପୋଲିସ ପକ୍ଷରୁ ଯୋଗାଯୋଗ କରିବା ପାଇଁ ଦୁଇଟି ମୋବଇଲ ନମ୍ବର ମଧ୍ୟ ଜାରି କରାଯାଇଛି ଗୋଟିଏ ବାଲିଗୁଡା ଅଟୋ ସଂଘ ସଭାପତି ମୋବାଇଲ ନମ୍ବର 6372426762 ଏବଂ ଅନ୍ୟଟି 8249239884 ବାଲିଗୁଡା ପୋଲିସ ପକ୍ଷରୁ ଜାରି କରା ଯାଇଛି |ଏହି ଅଟୋ ବାଲିଗୁଡା ଉପଖଣ୍ଡ ର ଉନ୍ନୀତ ଅଂଚଳରୁ ରୋଗୀ ମାନଙ୍କୁ ନେବା ଆଣିବା ରେ ସାହାର୍ଯ୍ୟ କରିବ, ଏଥିରେ କେବଳ ଡ୍ରାଇଭର କୁ ମିଶାଇ ମାତ୍ର 3 ଜଣ ମେଡିକାଲ କାମ ରେ ଯାତାୟାତ କରିପାରିବେ, ଲକ ଡାଉନ ସମୟରେ ଆଗରୁ ଯାହା ଭଡା ନିଧାର୍ଯ୍ୟ ଥିଲା ତାହା ରହିବ, ତାହା ଠାରୁ ଅଧିକ ଭଡା ନିଆଯିବ ନାହିଁ ବୋଲି ଅଟୋ ସଂଘର ସଭାପତି ତାପସ କୁମାର ନାୟକ ଓ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମତ ଦେଇଥିଲେ |