Wednesday, November 11, 2026
Home ଆଞ୍ଚଳିକ ଅସମୟର ବନ୍ଧୁ ଇ ମାହେଶ୍ଵରୀ ଦୋରା

ଅସମୟର ବନ୍ଧୁ ଇ ମାହେଶ୍ଵରୀ ଦୋରା

29

କବିସୂର୍ଯ୍ୟନଗର ୧୪/୦୪ (ଜିଲ୍ଲା ଖବର) : ଇ ମାହେଶ୍ଵରୀ ଦୋରା। ଜଣେ ଜଣାଶୁଣା ମହୀୟସୀ ମହିଳା। ସମାଜସେବା କ୍ଷେତ୍ରରେ ସେ ବହୁ ଜଣାଶୁଣା। ବର୍ତ୍ତମାନ କୋଭିଡ ନାଇଣ୍ଟିନ୍ କରୋନା ସମଗ୍ର ବିଶ୍ବରେ ଚିନ୍ତାର ବିଷୟ ପାଲଟିଥିବା ବେଳେ ସଚେତନତା ଓ ସାମାଜିକ ଦୂରତ୍ବ ରକ୍ଷା କରିବା ନିମନ୍ତେ ଗୁରୁତ୍ବାରୋପ କରାଯାଉଥିବା ବେଳେ ମାହେଶ୍ଵରୀ ଦୋରା ସାଧାରଣ ଲୋକଙ୍କ ପାଇଁ କିଛି ସୁଖିଲା ଖାଦ୍ୟ ଓ ୫୦୦ରୁ ଉର୍ଦ୍ଧ ମାସ୍କ,୫୦୦ରୁ ଉର୍ଦ୍ଧ ବିଞ୍ଚଣା ବଣ୍ଟନ ବ୍ୟବସ୍ଥା କରିଥିବା ଜଣାପଡିଛି।କବିସୂର୍ଯ୍ୟ ନଗର ଗୋପବନ୍ଧୁ ଆଇ ଟି ଆଇ ଖେଳ ପଡିଆ ଠାରେ ଆସିକା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ବାଇଁଙ୍କ ଉପସ୍ଥିତିରେ ସାମାଜିକ ଦୂରତ୍ବ ରକ୍ଷା କରିବା ସହ ପ୍ରାଥମିକ ଭାବେ ପାଞ୍ଚରୁ ସାତଜଣଙ୍କୁ ଉକ୍ତ ସାମଗ୍ରୀ ବଣ୍ଟନ କରିବା ସହ ସ୍ବେଛାସେବୀ ସଂଗଠନ ଜରିଆରେ ଅଞ୍ଚଳର ଗରିବ ଲୋକଙ୍କ ପାଖରେ ପହଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି। ଆଗରୁ ସେ ଶହେଜଣଙ୍କୁ ପାଞ୍ଚଶହ ଟଙ୍କା ସହିତ ଫଳମୂଳ ଓ ଚାଉଳ ଯୋଗାଇ ଚର୍ଚ୍ଚାର ପରିସରକୁ ଆସିଥିଲେ। ଉକ୍ତ ସମୟରେ ଆୟୁର୍ବେଦିକ ଡାକ୍ତର ଶ୍ରୀନିବାସ, ଡାକ୍ତର ମାଝି ସମେତ ଗୋପବନ୍ଧୁ ଆଇଟି ଆଇ ମୁଖ୍ୟ ଶ୍ରୀ ଦୀଲିପ ଖଣ୍ଡୁଆଳ ଉପସ୍ଥିତ ଥିଲେ।
ରିପୋର୍ଟ ରତ୍ନାକର ଶିଅ