
ହିଞ୍ଜିଳିକାଟୁ ୧୩/୦୪ ( ଜିଲ୍ଲା ଖବର) : ଓଡ଼ିଶାର ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା କାଳୀଙ୍କ ଦଣ୍ଡ ଯାତ୍ରାର ଆଜି ଅନ୍ତିମ ଦିନ ବା ପଣା ସଂକ୍ରାନ୍ତି (ମେରୁ ଯାତ୍ରା)।ପ୍ରତିବର୍ଷ ଏହି ଦିନରେ ମା ପାଖକୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଆଗମନ ର ସୁଅ ଛୁଟୁଥାଏ।ଏଥି ସହ ଅନେକ ଖଜା ପସରା ର ଭିଡ଼ ମଧ୍ୟ ଦେଖିବାକୁ ମିଳୁଥିଲା। କିନ୍ତୁ ଏହି ବର୍ଷ କରୋନା ଭାଇରସ ର ପାଦିର ଭାବ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଏହାକୁ ବନ୍ଦ କରିବା ପାଇଁ ୧୪୪ ଧାରା ଲାଗୁ କରୁଛନ୍ତି।ଯାହା ଫଳରେ ଖାଁ ଖାଁ ହୋଇ ପଡ଼ିଛି ମା କାଳୀ ଙ୍କ ଶକ୍ତି ପୀଠ।ପ୍ରଶାସନର ଏହି ପଦେକ୍ଷପ କୁ ସମ୍ମାନ ଜଣାଇ ଛନ୍ତି ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ରାଳବ ଗ୍ରାମର ଦଣ୍ଡ ନାଚ କମିଟି ବୃନ୍ଦ।ସକାଳ ୫ ଟା ବେଳ ଠାରୁ ମନ୍ଦିରକୁ ସଂପୂଣ୍ଣ ବନ୍ଦ କରିଦିଆ ଯାଇଛି।ତଥାପି କିଛି ଭକ୍ତ ନଡ଼ିଆ ଭାଙ୍ଗିବା ପାଇଁ ଆସିଥିଲେ କିନ୍ତୁ ମନ୍ଦିର ବନ୍ଦ ଥିବାର ଦେଖି ମନ୍ଦିର ସାମ୍ନାରେ ଥିବା ବଟ ବୃକ୍ଷ ଠାରେ ପୂଜା ଅର୍ଚ୍ଚନା କରିଥିବାର ଦେଖିବାକୁ ମିଳିଛି।
ରିପୋର୍ଟ ରଜନୀ ପାତ୍ର





