
ଆସିକା ୧୩/୦୪ (ଜିଲ୍ଲା ଖବର) : ସରୋଜକାନ୍ତ ମହାପାତ୍ର। ଜଣେ ଛାତ୍ରବଛଳ ଶିକ୍ଷକ ଭାବେ ପରିଚିତ। କବିସୂର୍ଯ୍ୟ ନଗର ବ୍ଳକ ଅନ୍ତର୍ଗତ ସୁବଳୟା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଏହି ଶିକ୍ଷକ ଜଣକ ବହୁବିଧ ପ୍ରତିଭାର ଅଧିକାରୀ। ନାଚଗୀତ ମାଧ୍ୟମରେ ଶିକ୍ଷାଦାନ କରିବା ସହିତ ସମାଜସେବାରେ ବି ନିୟୋଜିତ ହୋଇଥାନ୍ତି ।ବର୍ତ୍ତମାନ କୋଭିଡ ନାଇଣ୍ଟିନ୍ କରୋନା ସମଗ୍ର ବିଶ୍ବରେ ଚିନ୍ତାର ବିଷୟ ପାଲଟିଥିବା ବେଳେ ସଚେତନତା ଓ ସାମାଜିକ ଦୂରତ୍ବ ରକ୍ଷା କରିବା ନିମନ୍ତେ ପ୍ରାଧାନ୍ୟ ଦିଆଯାଉଛି। ଏଭଳି ସ୍ଥିତିରେ ସରଜୋ ସାର ନିଜସ୍ୱ ଉଦ୍ୟମରେ ବହୁ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ମାସ୍କ ବାଣ୍ଟି ମହାନତାର ପରିଚୟ ଦେଇଛନ୍ତି। ଫଳରେ ସରୋଜ ସାରଙ୍କ ଏହି ମହାନ କାର୍ଯ୍ୟ ପାଇଁ ପ୍ରଶଂସାର ସୁଅ ଛୁଟିଆସୁଛି।
ରିପୋର୍ଟ ରତ୍ନାକର ଶିଅ ।



