
ଆସିକା ୧୩/୦୪ (ଜିଲ୍ଲା ଖବର) : ଲଗ ଡାଉନ ଲାଗୁହୋଇଥିବା ବେଳେ ଆସିକା ଥାନା ଅଧିକାରୀଙ୍କ ମହାନତାର ପରିଚୟ। ରାସ୍ତାରେ ପଡିରହିଥିବା ବିକଳାଙ୍ଗ ଓ ଅସହାୟ ମାନଙ୍କ ନିମନ୍ତେ ନିଜସ୍ୱ ଉଦ୍ୟମରେ ଖାଦ୍ୟ ଯୋଗାଇ ମହାନତାର ପରିଚୟ ଦେଇଛନ୍ତି। ଦିନରାତି ଏକ କରି କୋଭିଡ ନାଇଣ୍ଟିନ୍ କରୋନା ମୁକାବିଲା ନିମନ୍ତେ ସେବା ପ୍ରଦାନ କରିବା ସହ ସମସ୍ତ ନିୟମକୁ କଡାକଡି ଭାବେ ଲାଗୁ କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଦିଗରେ ଆସିକା ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ସାହୁ ବହୁ ପରିଶ୍ରମ କରୁଥିବା ପରିଲକ୍ଷିତ ହୋଇଛି। ଏଭଳି କର୍ତ୍ତବ୍ୟନିଷ୍ଟ ପୋଲିସ ଅଧିକାରୀଙ୍କ ପାଇଁ ଆସିକା ଅଞ୍ଚଳରେ ଖୁସିର ବାତାବରଣ ଖେଳିଯାଇଛି।
ରିପୋର୍ଟ ରତ୍ନାକର ଶିଅ


