
ବାଲିଗୁଡା, ୧୩/୦୪ (ସୁକାନ୍ତ କୁମାର ତ୍ରିପାଠୀ) : ଆଜି ମହା ବିଷୁବ ସଂକ୍ରାନ୍ତି ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହା ବିଷୁବ ସଂକ୍ରାନ୍ତି ହିଁ ବର୍ଷ ର ପ୍ରଥମ ସଂକ୍ରାନ୍ତି ଭାବର ଗ୍ରହଣ କରାଯାଏ | ଏହି ଦିନ ଟିକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଏ | ବର୍ଷାରମ୍ଭ ହେଉ ଥିବାରୁ ଓଡ଼ିଆ ପରିବାର ରେ ଦେବା ଦେବୀଙ୍କ ଠାରେ ସ୍ୱତନ୍ତ୍ର ପୂଜା , ଭୋଗ, ହୋମ ଆଦି କରାଯାଇଥାଏ |
ଏହିଁ ସମୟରେ ସୂର୍ଯ୍ୟ ଙ୍କର ତାପ ବୃଦ୍ଧି ପାଇବା ସହ ହଜମ ଶକ୍ତି ବୃଦ୍ଧି ପାଇଥାଏ, ଗରିଷ୍ଠ ଖାଦ୍ୟ ହଜମ ହେଉଥିବାରୁ ବୁଟ ଛତୁ ପରି ଗରିଷ୍ଠ ଖାଦ୍ୟ ପଦାର୍ଥ ଗ୍ରହଣ ପାଇଁ ଆୟୋଜନ ଥାଏ |ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବାପାଇଁ ପଣା ପାଣି ର ବବ୍ୟସ୍ଥା ରହିଥାଏ ତେଣୁ ମହା ବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିର ମାନଙ୍କରେ ପଣା ଭୋଗ ର ଵିଧି ରହିଛି | ଏହି ଦିନ ଟିକୁ ମଧ୍ୟ ହନୁମାନ ଜୟନ୍ତୀ ରୂପେ ପାଳନ କରାଯାଇଥାଏ |
ସାରା ବିଶ୍ୱରେ କରୋନା ମହାମାରୀ ବ୍ୟାପି ଚାଲି ଥିବାରୁ ସ୍ଥାନୀୟ ହିନ୍ଦୁ ବର୍ଗର ଲୋକମାନେ ପଣା ସଙ୍କରାନ୍ତି ଓ ହନୁମାନ ଜୟନ୍ତୀ ଘରେ ଘରେ ପାଳନ କରିବାର ଜଣାଯାଇଛି I ଆଜିର ଏହି ନୂତନ ଓଡ଼ିଆ ବର୍ଷରେ ପ୍ରଶାସନ,ସାମ୍ବାଦିକ ଏବଂ ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦ ଓ ଶୁଭକାମନା|


