
ଆସିକା ୧୨/୦୪ (ଜିଲ୍ଲା ଖବର) : କୋଭିଡ ନାଇଣ୍ଟିନ୍ କରୋନାକୁ ନେଇ ସମଗ୍ର ବିଶ୍ୱ ଚିନ୍ତାରେ ଥିବା ସ୍ବଛତା ଉପରେ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି।ବର୍ତ୍ତମାନ ସ୍ଥିତିରେ ପୋଲିସ ପ୍ରଶାସନ ଦିନରାତି ଏକ କରି ସଚେତନତା ଓ ସାମାଜିକ ଦୂରତ୍ବ ରକ୍ଷା ଉପରେ ଗୁରୁତ୍ବାରୋପ କରୁଥିବା ବେଳେ ସଫେଇ କର୍ମଚାରୀ ମାନେ ମଧ୍ୟ ପରିବେଶ ସ୍ବଛ ରଖିବା ନିମନ୍ତେ ଅହରହ କାର୍ଯ୍ୟରେ ନିୟୋଜିତ ରହି କାର୍ଯ୍ୟ ସମ୍ପାଦନ କରୁଥିବା ପରିଲକ୍ଷିତ ହୋଇଛି। ଆସିକା ଏନ୍ ଏ ସି ଅନ୍ତର୍ଗତ ସାସ୍ତ୍ରୀନଗର ଅଞ୍ଚଳର ଯୁବକ ସଂଘ ପକ୍ଷରୁ ଏକ ଅଭିନବ ଢଙ୍ଗରେ ଉକ୍ତ ସଫେଇ କର୍ମଚାରୀ ମାନଙ୍କୁ ସମ୍ଵୋର୍ଦ୍ଧିତ କରାଯିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ସର୍ବସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।ଏହି ଅବସରରେ ସାମାଜିକ ଦୂରତ୍ବ ରକ୍ଷା କରିବା ସହ ସମ୍ପାଦକ ପଦ୍ମଲୋଚନ ସତପଥି, ସଭ୍ୟ ସୁନୀଲ କୁମାର ଗୌଡ, ତ୍ରିଲୋଚନ ପାତ୍ର, ହୃଷିକେଶ ପାତ୍ର, ବଂଶୀଧର ସାହୁ, ନିର୍ମଳ ଦାସ, ବଳରାଜୁ ଦୋରା ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ ରତ୍ନାକର ଶିଅ


